ଝିଲିକ୍‌ ନା ବବି ଦାସଙ୍କ ଭାଇ କାହାକୁ ମିଳିବ ଟିକେଟ୍‌: ବିଜେଡି ଦେଇ ନ ପାରେ ପରିବାରରୁ ଦୁଇଜଣଙ୍କୁ ଟିକେଟ

ରସୁଲପୁର,୯ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର କୋରେଇ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ପ୍ରତିଦିନ ନୂଆ ନଁା ଚର୍ଚ୍ଚାକୁ ଆସୁଛି। ଏହାସହ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିଚାଲିଛି, ଯାହାଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ହେଉଛି।
ଯାଜପୁର ଜିଲା ରାଜନୀତିରେ ବିଶେଷ ପ୍ରଭାବ ରଖୁଥିବା ପ୍ରଫୁଲ୍ଲ ଘଡ଼େଇ ଏବଂ ସ୍ବର୍ଗତ ଅଶୋକ ଦାସଙ୍କ ପରିବାରର କାହାକୁ ବି କୋରେଇ ଆସନରେ ପ୍ରାର୍ଥୀ କରାଯିବ ସେନେଇ ଲବି ଚାଲିଛି। ଘଡେଇ ପରିବାରରୁ କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ବଙ୍ଗୀୟ ଅଭିନେତ୍ରୀ ଝିଲ୍ଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ନାମ ଶୁଣାଯାଉଥିବାବେଳେ ଦାସ ପରିବାରରୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିଲା। ତେବେ ଏହା ହେଲେ ଗୋଟିଏ ପରିବାରକୁ ଦୁଇଟି ଟିକେଟ ହୋଇଯିବ, ଯାହା ଦଳୀୟ ନୀତି ଆଦର୍ଶ ବିରୋଧୀ ହେବ। ତେଣୁ ଉଭୟ ପରିବାରକୁ ବାଦ୍‌ ଦେଇ ତୃତୀୟ ବ୍ୟକ୍ତିଙ୍କୁୁ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ ଦଳ ପୁରୁଣାଙ୍କୁ ଦୋହରାଉଛି କି ନୂଆ ଚେହେରାକୁ ସୁଯୋଗ ଦେଉଛି, ତାହାକୁ ନେଇ ଆଲୋଚନା ଜାରି ରହିଛି। ଏହି ଅଙ୍କ ଛିଣ୍ଡୁ ନ ଥିବାରୁ ଦଳୀୟ ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଏହାରି ଭିତରେ ଅନେକ ନୂଆ ମୁହଁ ଚର୍ଚ୍ଚାକୁ ଆସିଛି। ସେମାନଙ୍କ ମଧ୍ୟରେ କଂଗ୍ରେସର ଜଣେ ପ୍ରଭାବୀ ନାରୀନେତ୍ରୀ ବିଜେଡିରେ ସାମିଲ ହୋଇ ଟିକେଟ୍‌ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ପାଣିକୋଇଲି ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ଏବଂ କୋରେଇ ବିଜେଡିର ଜଣେ ଯୁବନେତା ମଧ୍ୟ ଟିକେଟ୍‌ ପାଇବା ଦୌଡ଼ରେ ରହିଛନ୍ତି। ଏଭଳି ସ୍ଥିତିରୁ ଫାଇଦା ଉଠାଇବାକୁ ବିଧାୟକ ଅଶୋକ ବଳ ଚାହିଁ ରହିଥିବା ମଧ୍ୟ ଆଲୋଚନା ହେଉଛି। କାରଣ ଅଧିକ ଦ୍ୱନ୍ଦ୍ୱ ଉପୁଜିଲେ ଦଳ ପୁଣିଥରେ ପୁରୁଣାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଇଛି। ତେବେ ଏଠି ଦଳ ଏମିତି ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି, ଯାହାଙ୍କୁ ଉଭୟ ଘଡ଼େଇ ଓ ଦାସ ପରିବାର ଗ୍ରହଣ କରିପାରୁଥିବେ ବୋଲି ଆଲୋଚନା ହେଉଛି।
ବିଜେଡି ଟିକେଟ ଅଙ୍କ କଷା ଛିଣ୍ଡୁୁ ନ ଥିବା ବେଳେ ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ତାଙ୍କ ପ୍ରଚାରକୁ ଜୋରଦାର କଲେଣି। ଆକାଶଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଟକ୍କର ଦେବା ଭଳି ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସବୁଠି ଚର୍ଚ୍ଚା। ୨୦୦୯ରୁ ଦଳ ଏଠାରେ ପ୍ରାର୍ଥୀ ବଦଳ କରିଆସୁଛି। ଏହାରି ଭିତରେ ଗତ ୩ଟି ସାଧାରଣ ନିର୍ବାଚନରେ ଦଳ ପ୍ରାର୍ଥୀ ବଦଳାଇ ସଫଳ ହୋଇଆସୁଛି। ଏଥର ବିଜେଡି ସେହି ଧାରା ବଜାୟ ରଖୁଛି କି ପୁରୁଣାକୁ ଦୋହରାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri