Posted inଖେଳ

କ୍ୱାର୍ଟରରେ ଝେଙ୍ଗ, ଅଲକାରାଜ

ନ୍ୟୁୟର୍କ, ୬ା୯ (ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଆଣ୍ଡି ରୁବଲେଭ୍‌, ଆଲେକ୍‌ଜାଣ୍ଡର ଜେରେଭ୍‌ ଓ ଡାନିଲ୍‌ ମେଡ୍‌ଭେଡେଭ୍‌ ମଧ୍ୟ ଟପ୍‌୮ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ମହିଳା ସିଙ୍ଗଲ୍ସରେ ଚାଇନାର କ୍ୱେନିନ୍‌ ଝେଙ୍ଗ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲ୍‌ାମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆରିନା ସାବାଲେଙ୍କା, ମାଡିସନ୍‌ କିସ୍‌ ଓ ମାର୍କେଟା ଭୋନ୍ଦ୍ରୋସୋଭା ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ୨୦ ବର୍ଷୀୟ ଅଲକାରାଜ ୬-୩, ୬-୩ ଓ ୬-୪ ସେଟ୍‌ରେ ଇଟାଲୀର ମାଟ୍ଟେଓ ଅରଲାଣ୍ଡିଙ୍କୁ ପରାସ୍ତ କରିଛନ୍ତି। ୧୯୬୮ ମସିହା ପରେ ସର୍ବକନିଷ୍ଠ ଖେଳାଳି ଭାବରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଅଲକାରାଜ। ଚାଇନାର ଝେଙ୍ଗ କ୍ୱିନେନ୍‌ ଗତବର୍ଷର ରନର ଅପ୍‌ ଓନ୍ସ ଜାବେରଙ୍କୁ ସିଧାସଳଖ ୬-୨ ଓ ୬-୪ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୨୩ ନମ୍ବର ସ୍ଥାନରେ ଥିବା ଝେଙ୍ଗ ୨୧ଟି ଓ୍ବିନର ଶଟ୍‌ ଖେଳିଥିଲେ।ଜାବେର୍‌ ଏହି ମ୍ୟାଚ୍‌ରେ ୩୩ଟି ଅନଫୋର୍ସଡ ଏରର କରିଥିଲେ। ଝେଙ୍ଗ ନିଜର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରିନା ସାବାଲେଙ୍କାଙ୍କ ସହିତ ଖେଳିବେ। ସାବାଲେଙ୍କା ୬-୧, ୬-୩ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଦାରିଆ କାସାଟକିନାଙ୍କୁ ପରାସ୍ତ କରିଥିଲେ। ଆମେରିକୀୟ ଖେଳାଳି ମାଡିସନ୍‌ କିସ୍‌ ନିଜ ଦେଶର ଜେସିକା ପେଗୁଲାଙ୍କୁ ୬-୧, ୬-୩ରେ ପରାସ୍ତ କରିଛନ୍ତି। ସେହିପରି ଓ୍ବିମ୍ବେଲଡନ୍‌ ଚାମ୍ପିୟନ ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋନ୍ଦ୍ରୋସୋଭା ୭-୬(୭-୩), ୩-୬, ୨-୬ ସେଟ୍‌ରେ ଆମେରିକୀୟ ପେଟନ୍‌ ଷ୍ଟର୍ନସଙ୍କୁ ପରାସ୍ତ କରିଛନ୍ତି।
ଅଷ୍ଟମ ସିଡେଡ୍‌ ଆଣ୍ଡି ରୁବଲେଭ୍‌ ୬-୩, ୩-୬, ୬-୩ ଓ ୬-୪ ସେଟ୍‌ରେ ବ୍ରିଟେନ୍‌ର ଜ୍ୟାକ୍‌ ଡ୍ରେପରଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଇଟାଲୀର ଜାନିକ୍‌ ସିନ୍ନରଙ୍କୁ ୫ ସେଟ୍‌ର ମାରାଥନ୍‌ ମୁକାବିଲାରେ ପରାସ୍ତ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେରେଭ୍‌। ୪ ଘଣ୍ଟା ୪୧ ମିନିଟ ଧରି ଚାଲିଥିବା ମ୍ୟାଚ୍‌କୁ ଜେରେଭ୍‌ ୬-୪, ୩-୬, ୬-୨, ୪-୬ ଓ ୬-୩ ରେ ଜିତି ନେଇଥିଲେ। ରୁଷିଆର ଡାନିଲ ମେଡଭେଡେଭ ୨-୬, ୬-୪, ୬-୧ ଓ ୬-୨ରେ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri