କୋଲକାତାରୁ ଜେଟେକ୍ସ ଓସିଏନ୍‌ଏୟାର୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ଓଡ଼ିଶାରେ ବହୁଗୁଣ ସୁଧ ଦେବାର ପ୍ରତିଶ୍ରୁତି ଦେଇ ୨.୬୨ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଚିଟ୍‌ଫଣ୍ଡ ସଂସ୍ଥା ‘ଏମ୍‌/ଏସ୍‌ ଜେଟେକ୍ସ ଓସିଏନ୍‌ଏୟାର ପ୍ରାଇଭେଟ ଲିଃ’ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ କୋଲକାତାରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୟଦୀପ ରାଣା। ସୋମବାର ଜୟଦୀପଙ୍କୁ ଗିରଫ କରାଯିବା ପରେ ସାଉଥ ଚବିଶ ପ୍ରାଗଣାସ୍ଥିତ ଅତିରିକ୍ତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇ ତାଙ୍କୁ ମଙ୍ଗଳବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ଜୟଦୀପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ଚିଟ୍‌ଫଣ୍ଡ ସଂସ୍ଥା ‘ଓଏକେ ଇଣ୍ଡିଆ ମଲଟିଷ୍ଟେଟ୍‌ କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି’ର ଏମ୍‌ଡି ଓମ୍‌କାର ସିଂ ଏବଂ ଏହାର ୩ ନିର୍ଦ୍ଦେଶକ କୁନାଲ ତିୱାରୀ, ଅର୍ସଦ ହୁସେନ୍‌ ଏବଂ ମ୍ରିଙ୍ଗଙ୍କା ଶେଖର ଚକ୍ରବର୍ତ୍ତୀଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି।
ଇଓଡବ୍ଲ୍ୟୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିଟ୍‌ଫଣ୍ଡ ସଂସ୍ଥା ‘ଏମ୍‌/ଏସ୍‌ ଆମ୍ବିସିୟସ୍‌ ଡାଇଭର୍ସିଫାଏଡ୍‌ ପ୍ରୋଜେକ୍ଟସ ମ୍ୟାନେଜମେଣ୍ଟ ଲିଃ’ ଏବଂ ‘ଓଏକେ ଇଣ୍ଡିଆ ମଲଟିଷ୍ଟେଟ୍‌ କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି’ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଫିସ ଖୋଲିଥିଲା। ଏହାର ନିର୍ଦ୍ଦେଶକ ଓ ସଦସ୍ୟଙ୍କ ମାଧ୍ୟମରେ ସଂସ୍ଥା ୨୦୧୦ରୁ ୨୦୧୪ ମଧ୍ୟରେ ବହୁଗୁଣ ସୁଧ ଦେବାର ପ୍ରତିଶ୍ରୁତି ଦେଇ ୧୯୬୮ ଜଣ ଜମାକାରୀଙ୍କଠୁ ୨ କୋଟି ୬୨ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଠକି ନେବା ପରେ ସ୍ଥାନୀୟ ଅଞ୍ଚଳରେ ସଂସ୍ଥାର ଅଫିସ ବନ୍ଦ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଠକେଇର ଶିକାର ହୋଇଥିବା ପୁରୀ ଜିଲା ବଳଙ୍ଗା ଥାନା ଅଧୀନ ବାଣପୁର ଅଞ୍ଚଳର ସୁବାସ ଚନ୍ଦ୍ର ପ୍ରଧାନ ନାମକ ଜମାକାରୀଙ୍କ ଅଭିଯୋଗକ୍ରମେ ୨୦୧୫ ମେ’ ୮ରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ. ୧୩/୨୦୧୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୨୦୧୧-୨୦୧୨ରେ ଠକେଇ ଟଙ୍କାରୁ ୧ କୋଟି ୮୩ ଲକ୍ଷ ‘ଏମ୍‌/ଏସ୍‌ ଜେଟେକ୍ସ ଓସିଏନଏୟାର ପ୍ରାଇଭେଟ ଲିଃ’କୁ ଯାଇଥିବା ଜଣାପଡ଼ିଥିଲା। ତେଣୁ ଏହି କମ୍ପାନୀର ଏମ୍‌ଡି ଜୟଦୀପଙ୍କୁ ଇଓଡବ୍ଲ୍ୟୁ ଧରିବାକୁ ପ୍ରୟାସ ଆରମ୍ଭ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ ବିପୁଳ ପରିମାଣର ଅର୍ଥ କାରବାର ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେବେ ଜେଟେକ୍ସ ଓସିଏନ୍‌ଏୟାର ଚିଟଫଣ୍ଡ ସଂସ୍ଥା ନାମରେ ପଶ୍ଚିମବଙ୍ଗରେ ୩ଟି ମାମଲା ରହିଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri