ଆତସବାଜିରେ ଆକାଶ ରଙ୍ଗୀନ

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର): ନବବର୍ଷକୁ ସ୍ବାଗତ ପାଇଁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଜିରୋନାଇଟ୍‌ ସେଲିବ୍ରେସନ। ସମ୍ବଲପୁର ସହରର ବିଭିନ୍ନ ହୋଟେଲ, କ୍ଲବ ଆଦିରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ହୋଟେଲ୍‌ ଓ କ୍ଲବ ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକ, ବେଲୁନ୍‌ ସହ ଫୁଲମାଳରେ ସୁସଜ୍ଜିତ କରାଯାଇଛି। ଭିନ୍ନଭିନ୍ନ ସ୍ବାଦର ସଙ୍ଗୀତର ତାଳେତାଳେ ନବବର୍ଷକୁ ସ୍ବାଗତ କରି ଝୁମିଉଠିଛନ୍ତି ହୋଟେଲ ଅନ୍ତେବାସୀଙ୍କ ସହିତ କ୍ଲବ ସଦସ୍ୟ।

ଏପରିକି ଛକଗୁଡ଼ିକରେ ବଡ଼ବଡ଼ ଅକ୍ଷରରେ ଇଂରାଜୀ, ଓଡ଼ିଆ ଓ ହିନ୍ଦିରେ ସ୍ବାଗତଂ ନବବର୍ଷ-୨୦୨୪ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି। ସେହିପରି ଆତସବାଜିରେ ସମ୍ବଲପୁର ଆକାଶ ରଙ୍ଗୀନ ହୋଇଉଠିଥିବା ବେଳେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ସହର।