ଆରଡିସିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ବାରିପଦା ଅଫିସ,୬ା୬: ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ସିଲିଂ ଉଦବୃତ୍ତ ଜମିର ବ୍ୟାପକ ଦୁର୍ନୀତି ଘଟଣାରେ ୮ ମାସ ହେଲା ତଦନ୍ତ ସରୁନାହିଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଏ ନେଇ ନ୍ୟାୟ ଆଶାରେ ସୋମବାର ପ୍ରତାରିତ ଭୂମିହୀନ ପରିବାର ଜିଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ, ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।
ଅନୁଯାୟୀ, ବେତନଟୀ ତହସିଲ ତଥା ବୈଶିଙ୍ଗା ରାଜସ୍ବ ନିରୀକ୍ଷକ ଅଧୀନ ଦୁର୍ଗାପୁର ଗ୍ରାମର ହରିଜନ, ଆଦିବାସୀ ଓ ସାଧାରଣବର୍ଗର ଭୂମିହୀନ ହିତାଧିକାରୀ ଓଏଲଆର ସିଲିଂ ମକଦ୍ଦମା ୧୦/୧୯୭୪ମୂଳେ ସିଲିଂ ଉଦବୃତ୍ତ ଜମି ପାଇଥିଲେ। ଯାହାକି ସ୍ବତ୍ୱ ସ୍ବାର୍ଥ ଅଧିକାର ବଳରେ ମିଳିଥିବା ଜମି ଭୋଗଦଖଲ କରି ଆସୁଛନ୍ତି। ତେବେ ଉଚ୍ଚନ୍ୟାୟାଳୟର ଆଦେଶକୁ ଅବମାନନା କରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନମିତା ଧଳ ୧୯ଏକର ଜମିକୁ ବାଲେଶ୍ୱର ଜିଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନ୍‌ଙ୍କ ପୁଅ ଜାଏଦ ଅଲ୍ଲୀଙ୍କ ନାମରେ ଏମସି (ନଂ. ୧୬୨୯/୨୦) ଆଧାରରେ ଖାତା (ନଂ. ୨୪୨/୧୬)କ୍ରମେ ରେକର୍ଡ କରିଦେଇଥିଲେ। ଯାହାକି ବିକ୍ରେତାଙ୍କ ସିଲିଂ ବହିର୍ଭୂତ ଜମିକୁ ସେମାନଙ୍କୁ ଦିଆଯାଇଛି। ଏନେଇ ୨୦୨୨ ସେପ୍ଟେମ୍ବର ୧୪ ରେ ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆରଡ଼ିସି)ଙ୍କ ନିକଟରେ ଭୂମିହୀନମାନେ ଅଭିଯୋଗ କରିଥିଲେ। ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ବିନୀତ ଭରଦ୍ୱାଜ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତହସିଲଦାର ଦାୟିତ୍ୱରେ ଥିବା ବିବାଦୀୟ ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଦାୟିତ୍ୱ ହୀନତା ପାଇଁ ତହସିଲଦାର ଦାୟିତ୍ୱ ଅପସାରଣ କରାଯାଇ ସ୍ଥାୟୀ ତହସିଲଦାର ନିଯୁକ୍ତି ପର୍ଯ୍ୟନ୍ତ ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡ଼ାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ବେତନଟୀ ତହସିଲରେ ଦାୟିତ୍ୱ ଗ୍ରହଣ କରି ସେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନୂତନ ତହସିଲଦାର ଭାବେ ଅନିତା ନାୟକ ୨୦୨୨ ଅକ୍ଟୋବର ୨୧ ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଘଟଣାର ତଦନ୍ତ ଆଗକୁ ବଢୁନି। ଆଜିକୁ ୮ମାସରୁ ଅଧିକ ସମୟ ବିତିଥିଲେ ହେଁ ତଦନ୍ତ ସରୁନାହିଁ। ଫଳରେ ଭୂମିହୀନ ପରିବାର ନ୍ୟାୟ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ବାରମ୍ବାର ପ୍ରତାରିତ ଭୂମିହୀନ ପରିବାର ତଦନ୍ତ ସମ୍ବନ୍ଧରେ ଜାଣିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଗଲେ ଦୁର୍ବ୍ୟବହାର କରାଯାଉଥିବା ଜିଲାପାଳ ଓ ଏସ୍‌ପିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri