ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ବଳରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ତଦନ୍ତ ରିପୋର୍ଟରେ ଜାଲ୍‌ ଭିନ୍ନକ୍ଷମ ସାଟିର୍ଫିକେଟ ବଳରେ ଅଞ୍ଜନା ସ୍ବାଇଁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିବା ଦର୍ଶାଯାଇ ତିର୍ତ୍ତୋଲ ଥାନାକୁ ଅବଗତ କରାଯାଇଥିଲା। କ୍ରାଇମବ୍ରାଞ୍ଚର ଆପରାଧିକ ତଦନ୍ତ ବିଭାଗ ଇନିସ୍ପେକ୍ଟର ପ୍ରିୟଦର୍ଶିନୀ ଖଟୁଆଙ୍କ ରିପୋର୍ଟ ଆଧାରରେ ତିର୍ତ୍ତୋଲ ଥାନା ପକ୍ଷରୁ ଦଫା ନଂ.୪୨୦/୪୬୮/୪୭୧ ଆଇପିସିରେ ମାମଲା (ନଂ.୧୫୮/୪-୪-୨୩ )ରୁଜୁ କରାଯାଇ ତଦନ୍ତ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟର ସତ୍ୟତା ଥିବାରୁ ଅଞ୍ଜନାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ତିର୍ତ୍ତୋଲ ପୋଲିସ ପକ୍ଷରୁ ସିଡିପିଓଙ୍କୁ ୪ା୧ା୨୪ରେ ଅବଗତ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଅଞ୍ଜନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ, କ୍ରାଇମବ୍ରାଞ୍ଚ ଓ ତିର୍ତ୍ତୋଲ ପୋଲିସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ସତ୍ତ୍ବେ କାହା ଚାପରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ବେଳେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ନେଇ ଏକାଧିକ ଆବେଦନ କରିଥିଲେ। ସେତେବେଳେ ନିଯୁକ୍ତି ସଂକ୍ରାନ୍ତରେ କେତେକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁମାନେ ମାଟ୍ରିକ ପାସ୍‌ ସହିତ ଉଚ୍ଚ ଶିକ୍ଷା ଲାଭ କରିଥିବେ ସେମାନଙ୍କୁ ଅଧିକ ୫ ପ୍ରତିଶତ ନମ୍ବର ମିଳିବା ବ୍ୟବସ୍ଥା ହୋଇଥିଲା। କେବଳ ଏତିକି ନୁହେଁ,ଶାରୀରିକ ଭିନ୍ନକ୍ଷମ ହୋଇଥିଲେ ଆଉ ୫ ପ୍ରତିଶତ ନମ୍ବର ଦିଆଯିବା ଘୋଷଣା ହୋଇଥିଲା। ଏହି ଆଧାରରେ ପୁଟିଙ୍ଗ ଗ୍ରାମର ଅନୀତା ପରିଡ଼ା ମାଟ୍ରିକରେ ୫୯.୪୬%, ଓ ସ୍ନାତକ କରିଥିବାରୁ ଆଉ ୫ ପ୍ରତିଶତ ସହ ସର୍ବମୋଟ ୬୪.୪୬% ମାର୍କ ପାଇଥିଲେ। ଯେହେତୁ ଅନୀତା ସର୍ବୋଚ୍ଚ ନମ୍ବର ରଖିଥିଲେ, ତେଣୁ ସେ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇବା କଥା। କିନ୍ତୁ ତତ୍କାଳୀନ ତିର୍ତ୍ତୋଲ ବ୍ଲକ ସିଡିପିଓ ଅନୀତାଙ୍କ ପରିବର୍ତ୍ତେ ପୁଟିଙ୍ଗ ଗ୍ରାମର ଅଞ୍ଜନା ସ୍ବାଇଁଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ଅନୀତା ପ୍ରଥମେ ଜଗତ୍‌ସିଂହପୁର ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟ ଓ ପରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ସଫଳ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୨୧ରେ ଗୋପାଳପୁର ଗ୍ରାମ ପଞ୍ଚାୟତର କିଛି ଲୋକ ଏହି ପ୍ରସଙ୍ଗରେ ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ପ୍ରଭାତ କୁମାର ସ୍ବାଇଁ ଓ ଅନ୍ୟ ୧୦ଜଣ ବ୍ୟକ୍ତି ହାଇକୋର୍ଟର ଆଶ୍ରୟ ନେଇଥିଲେ। ଏହାପରେ କୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ. ୧୯୭୦/୨୧ ରୁଜୁ ସହ ୮ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଦୀର୍ଘ ୧୧ ବର୍ଷ ପରେ ଅର୍ଥାତ୍‌ ୨୦୨୧ରେ କ୍ରାଇମବ୍ରାଞ୍ଚର ଏକ ଦଳ ପୁଟିଙ୍ଗ ଗ୍ରାମରେ ପହଞ୍ଚତ୍ ତଦନ୍ତ କରିଥିଲା। ୧୩।୬।୨୨ରେ ମୁଖ୍ୟ ଅଭିଯୋଗକାରୀ ପ୍ରଭାତଙ୍କୁ କ୍ରାଇମବ୍ରାଞ୍ଚ ଅପରାଧିକ ତଦନ୍ତ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟ ମଧ୍ୟ ଅବଗତ କରାଯାଇଥିଲା। ଏଥିରେ ତିର୍ତ୍ତୋଲ ସିଡିପିଓଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଙ୍ଗନୱାଡି କର୍ମୀ ଅଞ୍ଜନାଙ୍କ ଭିନ୍ନକ୍ଷମ ସାଟିର୍ଫିକେଟ ଠିିକ୍‌ ନୁହେଁ ବୋଲି ସ୍ପଷ୍ଟ କରାଯାଇଥିଲା। ତା’ପରେ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପକ୍ଷରୁ ଚିଠି( ନଂ. ୪୫୪୬/୨୯.୩.୨୩)ରେ ତିର୍ତ୍ତୋଲ ଥାନା ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଅନୁସନ୍ଧାନ ରିପୋର୍ଟ ପ୍ରଦାନ ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ୧ ବର୍ଷ ପରେ ଅର୍ଥାତ୍‌ ୪ା୧ା୨୪ରେ ତିର୍ତ୍ତୋଲ ଥାନା ପକ୍ଷରୁ ସିଡିପିଓ ତିର୍ତ୍ତୋଲଙ୍କୁ ଅଞ୍ଜନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହୋଇଥିଲା। କିନ୍ତୁ ଏହା ଭିତରେ ୩ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ତିର୍ତ୍ତୋଲ ସିଡିପିଓ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏତେ ସବୁ ସତ୍ତ୍ବେ କାହା ଚାପରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ସିଡିପିଓ ମାଳତୀ ମାରାଣ୍ଡିଙ୍କୁ ପଚାରିବାରୁ ସେ କହିଥିଲେ, ଗତ ଜାନୁଆରୀରେ ସେ ନୂଆକରି ଯୋଗ ଦେଇଛନ୍ତି। ତଥାପି ଫାଇଲଟି ପଢି ପାଖାପାଖି ୨ ମାସ ପୂର୍ବରୁ ଅଧ୍ୟକ୍ଷ ତଥା ଉପଜିଲାପାଳ ପ୍ରଦୀପ ସାହୁଙ୍କୁ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ନେବାକୁ ଚିଠି କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଆସିନାହିଁ। ଯେହେତୁ ଉପଜିଲାପାଳଙ୍କ ବିନା ଅନୁମତିରେ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ ତେଣୁ ଅପେକ୍ଷା କରାଯାଇଥିବା କହିଛନ୍ତି। କିନ୍ତୁ ଉପଜିଲାପାଳ ପ୍ରଦୀପ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ଚିଠି ନ ଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ ପାଖକୁ ଆସୁଥିବା ଚିଠିଗୁଡିକ ସେ ୧ ସପ୍ତାହ ଭିତରେ ଡିସପୋଜଅପ୍‌ କରିଥାନ୍ତି। ତଥାପି ଆଉ ଥରେ ଦେଖିବା ସହ ସିଡିପିଓଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri