ଜେଣ୍ଡାୟା ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ: ଆମେରିକା ଲସ୍‌ ଏଞ୍ଜେଲସ୍‌ର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହୋଇଯାଇଛି ୭୪ତମ ପ୍ରାଇମ୍‌ଟାଇମ୍‌ ଏମି ଆଓ୍ବାର୍ଡ ସମାରୋହ। ଟେଲିଭିଜନ୍‌ କଳାକାର ଓ ଟେକ୍ନିକାଲ ଷ୍ଟାଫ୍‌ମାନଙ୍କ ପାଇଁ ଏହି ଆଓ୍ବାର୍ଡ ବିଶେଷ ଗୁରୁତ୍ୱ ବହନ କରିଥାଏ। ଚଳିତ ବର୍ଷ ଜେଣ୍ଡାୟାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଆମେରିକାନ୍‌ ଟେଲିଭିଜନ୍‌ ସିରିଜ୍‌ ‘ୟୁଫୋରିଆ’ ପାଇଁ ଜେଣ୍ଡାୟାଙ୍କୁ ଏମି ଆଓ୍ବାର୍ଡ ନିମନ୍ତେ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ମନୋନୀତ କରାଯାଇଥିଲା। ଏମି ଆଓ୍ବାର୍ଡରେ ପୁରସ୍କୃତ ହେବା ପରେ ଜାଣ୍ଡେୟା ସିରିଜ୍‌ର ସମସ୍ତ ମେମ୍ବରକୁ ଧନ୍ୟବାଦ ଜଣାଇବା ସହ ଆଓ୍ବାର୍ଡ ପାଇ ଖୁବ୍‌ ଖୁସିଥିବା କହିଛନ୍ତି।
୨୦୦୯ରୁ ଜେଣ୍ଡାୟା ଚାଇଲ୍ଡ ଆର୍ଟିଷ୍ଟ ଭାବେ ହଲିଉଡ୍‌ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ‘ରକି ବ୍ଲୁ’ ଥିଲା ଜେଣ୍ଡାୟାଙ୍କ ଟେଲିଭିଜନ୍‌ ଡେବ୍ୟୁ। ୨୦୧୭ରେ ସ୍ପାଇଡରମ୍ୟାନ୍‌-ହୋମ୍‌କମିଙ୍ଗ୍‌ ଜରିଆରେ ସେ ହଲିଉଡ୍‌ରେ ଜଗତରେ ପାଦ ଥାପିଥିଲେ। ଦୁଇଟି ପ୍ରାଇମ୍‌ ଟାଇମ୍‌ ଏମି ଆଓ୍ବାର୍ଡ ସେ ଜିତିଛନ୍ତି। ଚଳିତ ବର୍ଷ ଟାଇମ୍‌ ମାଗାଜିନ୍‌ରେ ପ୍ରକାଶ ପାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ସୂଚୀରେ ଜେଣ୍ଡାୟାଙ୍କ ନାମ ସ୍ଥାନ ପାଇଛି।
ଆମେରିକାର ଶ୍ରେଷ୍ଠ ଟେଲିଭିଜନ୍‌ ଡ୍ରାମା ସିଜିଜ୍‌ ଶ୍ରେଣୀରେ ‘ସସେସନ୍‌’କୁ ପୁରସ୍କୃତ କରାଯାଇଥିବାବେଳେ ‘ଟେଡ୍‌ ଲାସୋ’ ଶ୍ରେଷ୍ଠ କମେଡି ସିରିଜ୍‌ ହୋଇପାରିଛି। ସେହିପରି ଜାସୋନ ସୁଡେଇକିସ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ପୁରସ୍କୃତ କରାଯାଇଛି। ହ୍ବାଇଟ୍‌ ଲୋଟସ୍‌ ସିରିଜ୍‌ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଶ୍ରେଣୀରେ ମାଇକ୍‌ ହ୍ବାଇଟ୍‌ଙ୍କୁ ଏମି ଆଓ୍ବାର୍ଡ ପ୍ରଦାନ କରାଯାଇଛି। ନେଟ୍‌ଫ୍ଲିକ୍ସ, ହୋମ୍‌ ବକ୍ସ ଅଫିସ୍‌ ମାକ୍ସ ଏବଂ ଆପଲ୍‌ ଟିଭି ପ୍ଲସ୍‌ରେ ପ୍ରସାରିତ ଅନେକ ସିରିଜ୍‌ ଓ କଳାକାର ଚଳିତ ବର୍ଷ ଏମି ଆଓ୍ବାର୍ଡ ରେସ୍‌ରେ ସାମିଲ ହୋଇଥିଲେ। ଆମେରିକାବ୍ୟାପୀ ଏନ୍‌ବିସି ଚ୍ୟାନେଲ୍‌ ଜରିଆରେ ଏହି ସମାରୋହର ସିଧା ପ୍ରସାରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri