ୟୁକ୍ରେନକୁ ଧନ୍ୟବାଦ ନୁହେଁ ,ଦିଅନ୍ତୁ ଟ୍ୟାଙ୍କ, ବିଜୟ ପାଇଁ ଦରକାର ଅସ୍ତ୍ର: ଜେଲେନସ୍କି

କ୍ୱିଭ,୨୧ ।୧: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଜର୍ମାନୀରେ ହୋଇଥିବା ୟୁକ୍ରେନ୍ ଡିଫେନ୍ସକଣ୍ଟାକ୍ଟ ଗ୍ରୁପର ବୈଠକରେ କହିଛନ୍ତି, ରୁଷିଆକୁ ଏବେ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଧନ୍ୟବାଦ ବ୍ୟତୀତ ଟ୍ୟାଙ୍କର ଆବଶ୍ୟକତା ରହିଛି । ଜର୍ମାନୀରେ ଆମେରିକା ସେନାର ରାମଷ୍ଟାଇନ ଏୟାର ବେସରେ ଆୟୋଜିତ ବୈଠକକୁ ଭର୍ଚୁଆଲି ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି, ଏବେ ପର୍ଯ୍ୟନ୍ତ ୟୁକ୍ରେନୁକ ଯେଉଁ ସହାୟତା ମିଳିଛି ତା’ର ଫଳ ହେଉଛି ରୁଷିଆକୁ ପଛକୁ ଠେଲିଦେବା ଓ ଏହାକୁ ଏବେ ହରାଇବୁ । ତେଣୁ ବିନା ବିଳମ୍ବରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦିଅନ୍ତୁ । ଏପଟେ ଆମେରିକାର ଜଣେ ଶୀର୍ଷ ଜେନରାଲ ମାର୍କ ମିଲେ କହିଛନ୍ତି, ଚଳିତ ବର୍ଷ ୟୁକ୍ରେନ୍ ସେନାଙ୍କ ପାଇଁ ରୁଷିଆ ସେନା କବଜା କରିଥିବା ଅଞ୍ଚଳକୁ ବେଦଖଲ କରିବା ମୁସ୍କିଲ ହେବ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାଲାଗି ୨.୫ ଅରବ ଡଲାରର ଅତିରିକ୍ତ ପ୍ୟାକେଜ ଦେବାକୁ ଘୋଷଣା କରିଥିଲେ । ଏହାଦ୍ୱାରା ୟୁକ୍ରେନକୁ ଷ୍ଟ୍ରାଇକର ଆର୍ମଡ ହ୍ୱିକଲ, ଇନଫ୍ୟାକ୍ଟ୍ରି ହ୍ୱିକଲ ଓ ଏଭେରେଜ ଏୟାର ଡିଫେନ୍ସ ସିଷ୍ଟମ ଭଳି ଭାରି ଅସ୍ତ୍ର ମିଳିବ ।

Share