୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…

ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସେପ୍ଟେମ୍ବର ୨୧ (ଗୁରୁବାର) ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ ଏହି ବୈଠକ ବିଷୟରେ ସୂଚନା ଦେଇଛନ୍ତି। ୟୁକ୍ରେନ ଯୁଦ୍ଧରେ ଏହା ପ୍ରଥମ ଥର ପାଇଁ ଜେଲେନସ୍କିଙ୍କ କାର୍ଯ୍ୟକ୍ରମକୁ ଅଗ୍ରୀମ ସୂଚନା ଦିଆଯାଇଛି। ତେବେ ଜେଲେନସ୍କି କେବେ ଆମେରିକାରେ ଆସିବେ ଏବଂ ସେଠାରୁ ସେଠାରୁ କେବେ ଯିବେ ତାହା କୁହାଯାଇ ନାହିଁ। ଜେଲେନସ୍କି ଶାସକ ଦଳ ତଥା ବିରୋଧୀ ଦଳର ବିଶିଷ୍ଟ ସାଂସଦମାନଙ୍କୁ ମଧ୍ୟ ଭେଟି ପାରିବେ।

ସୂଚନାନୁସାରେ, ବାଇଡେନ ଏବଂ ଜେଲେନସ୍କିଙ୍କ ବୈଠକରେ ୩୦୦ କିଲୋମିଟର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ଏବଂ ୟୁକ୍ରେନକୁ କ୍ଲଷ୍ଟର ବୋମା ସହିତ ୭୦ କିଲୋମିଟର ଦୂରତା ବିଶିଷ୍ଟ ରକେଟ ଦେବା ପାଇଁ ଘୋଷଣା କରାଯାଇପାରେ।

Share