ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା ମାଗିଲେ ଜେଲେନ୍‌ସ୍କି

ଲଭିଭ୍‌,୧୯ା୮: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ୟୁକ୍ରେନ୍‌ ଗ୍ରସ୍ତ କରିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍‌ଙ୍କ ଏହା ପ୍ରଥମ ଗସ୍ତ। ଉଭୟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଜାପୋରିଜିଝିଆ ସ୍ଥିତ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା, କୂଟନୈତିକସ୍ତରରେ ଯୁଦ୍ଧ ଶେଷ କରାଯିବା, ଖାଦ୍ୟଶସ୍ୟ ପରିବହନ ସ୍ବାଭାବିକ ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଛି। ଗତ ମାର୍ଚ୍ଚରୁ ରୁଷିଆ କବ୍‌ଜାରେ ଥିବା ଜାପୋରିଜିଝିଆ ପାଓ୍ବାର ପ୍ଲାଣ୍ଟକୁ ମୁକ୍ତ ସହ ଏହାକୁ ସୁରକ୍ଷା ଦେବା ପାଇଁ ଜାତିସଂଘ ତ୍ୱରିତ ପଦକ୍ଷେପ ନେଉ ବୋଲି ଜେଲେନ୍‌ସ୍କି ଗୁଟେରସ୍‌ଙ୍କୁ ଅନୁରୋଧ କରିଛନ୍ତି।

Share