ଡରୁଛନ୍ତି ପୁଟିନ: ଜେଲନସ୍କି

କ୍ୱିଭ,୨୫।୬: ରୁଷିଆରେ ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଭ୍ଲାଦିମିର ପୁଟିନଙ୍କ ନେତୃତ୍ୱରେ ରୁଷ ସରକାର ବିରୋଧରେ ଏକ ଆକ୍ରମଣ ଉଦ୍ୟମ କରିଥିଲେ ଯାହା ସମଗ୍ର ରୁଷିଆରେ ଆତଙ୍କ ସୃଷ୍ଟି କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍‌ ସେନା ତାଙ୍କୁ ପଛରୁ ଛୁରୀ ମାରିଛନ୍ତି। ହେଲେ ଆମେ ଆମ ଦେଶ ତଥା ଦେଶବାସୀଙ୍କୁ ଆମର ପ୍ରତିପକ୍ଷଙ୍କଠାରୁ ରକ୍ଷା କରିବୁ। ବିଦ୍ରୋହୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ, ୱାଗନର୍‌ ଗ୍ରୁପ ବିଦ୍ରୋହ ଉପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବୟାନ ସାମ୍ନାକୁ ଆସିଛି। ଜେଲେନସ୍କି ଦେଶକୁ ଦେଇଥିବା ସମ୍ବୋଧନରେ କହିଛନ୍ତି ଯେ ରୁଷିଆର ଏକଛତ୍ରବାଦୀ ସରକାର ବିପଦରେ। ପୁଟିନ ବର୍ତ୍ତମାନ ଭିକାରୀମାନଙ୍କ ବିଦ୍ରୋହକୁ ବହୁତ ଡରୁଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବିବୃତ୍ତି ତାଙ୍କ ଅଫିସିଆଲ ଟୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ଏହି ବିବୃତ୍ତିରେ ସେ କହିଛନ୍ତି ଯେ ୱାଗନର୍‌ ଗ୍ରୁପ ଦ୍ୱାରା ହୋଇଥିବା ବିଦ୍ରୋହ ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଦାୟୀ, ସେ କହିଛନ୍ତି ଯେ ପୁଟିନ ନିଜେ ପ୍ରଥମେ ଏହି ଧମକ ସୃଷ୍ଟି କରିଥିଲେ, ଏବଂ ବର୍ତ୍ତମାନ ସେ ବହୁତ ଭୟଭୀତ ଅଛନ୍ତି।
ଜେଲେନସ୍କି ତାଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ୨୦୨୧ରେ ରୁଷିଆ ରାଷ୍ଟ୍ରପତି ପୁଟିନ କିପରି ବିଶ୍ୱକୁ ଧମକ ଦେଇଥିଲେ ଆମେ ସମସ୍ତେ ମନେ ରଖିଛୁ। ତାଙ୍କର କିଛି ଅଲ୍ଟିମେଟମ ଥିଲା, ସେ ଏକ ପ୍ରକାର ଗାଳି ଦେଉଥିଲେ। ୨୦୨୨ରେ ଜଣାପଡିଲା ଯେ ସେ ନିଜ ଦେଶବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି ଏବଂ ଆମ ବିଷୟରେ କହିଥିବା ମିଥ୍ୟାରୁ ଶକ୍ତି ପାଇଛନ୍ତି। କ୍ରେମଲନରେ ରହି ସେମାନେ ଯେ କୌଣସି ପ୍ରକାରେ ଆତଙ୍କ ସୃଷ୍ଟି କରିପାରନ୍ତି, ସେମାନେ ମୌଣସି ମୂର୍ଖ ନିଷ୍ପତ୍ତି ନେବାକୁ ସକ୍ଷମ, କିନ୍ତୁ ସେମାନେ ଏକ ପ୍ରତିଶତ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ, ଏବଂ େ ସ ହିଁ ହେଉଛନ୍ତି ମୂଳ ସମସ୍ୟା।

Share