ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। ସେ ହିରୋ ନା ଜିରୋ ଅବା ଅସଫଳ ରାଷ୍ଟ୍ରପତି? ସେ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି।

ପ୍ରଥମେ ଜଣେ ଷ୍ଟାଣ୍ଡ ଅପ ହାସ୍ୟ ଅଭିନେତା, ତାପରେ ଦେଶର ରାଷ୍ଟ୍ରପତି ଏବଂ ବର୍ତ୍ତମାନ ଦେଶର ନେତୃତ୍ୱ ଯୁଦ୍ଧରେ ଦୃଢ଼ ଭାବେ ନେଉଛନ୍ତି ଜେଲେନସ୍କି। ରୁଷିଆ ପରି ଏକ ଶକ୍ତିଶାଳୀ ଦେଶ ବିରୋଧରେ ସେ ଯୁଦ୍ଧରେ ସମ୍ମୁଖୀନ ହୋଇଛନ୍ତି। ସଙ୍କଟ ସମୟରେ ନିଜ ଦେଶ ପାଇଁ ସେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଏପରି ଭାବରେ ଯଦି ତାଙ୍କୁ ଜଣେ ଶକ୍ତିଶାଳୀ ଯୋଦ୍ଧା କୁହାଯାଏ, ତେବେ ବୋଧହୁଏ ଏହା ଭୁଲ ହେବ ନାହିଁ। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ସେନା ୟୁନିଫର୍ମର ଚିତ୍ର ଶେୟାର କରି ବିଶ୍ୱ ତାଙ୍କୁ ୟୁକ୍ରେନର ପ୍ରକୃତ ହିରୋ ବୋଲି କହୁଛି ।

ଏହା ସତ୍ୟ ଯେ ଜେଲେନସ୍କି ନିଜ ଦେଶ ପାଇଁ ହିରୋ ଭଳି ଲଢୁୁଛନ୍ତି। ଅପରପକ୍ଷରେ ଏହା ମଧ୍ୟ ସତ୍ୟ ମଧ୍ୟ ଯେ ସେ ଜଣେ ବିଫଳ ରାଷ୍ଟ୍ରପତି ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ଏହି ଯୁଦ୍ଧ ହେବା ବୋଲି ସମସ୍ତଙ୍କୁ ପୂର୍ବରୁ ଜଣାଥିଲା। ତେବେ ମଧ୍ୟ ଜେଲେନସ୍କି ଦେଶର ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଫଳ ରହିଛନ୍ତି। ୟୁକ୍ରେନ ସରକାର ନିଜ ଦେଶର ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁକୌଣସି ଯୋଜନା କରି ନ ଥିଲେ।

ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଛୋଟ ପିଲାଙ୍କ ସମେତ ୨୦୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନରେ ରହୁଥିବା ଅନ୍ୟ ଦେଶର ଲୋକଙ୍କ ଦେଶ ଛାଡିବା ପାଇଁ ସରକାର କୌଣସି ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରିନାହାଁନ୍ତି।

ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅନ୍ୟ ପଟେ ଜେଲେନସ୍କି ନତମସ୍ତକ ହେବାକୁ ପ୍ରସ୍ତୁତ ନୁହଁନ୍ତି। ଜେଲେନସ୍କି ଏପର୍ଯ୍ୟନ୍ତ ସଂଗ୍ରାମରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। କିନ୍ତୁ ତାଙ୍କର ଅସାବଧାନତା କାରଣରୁ ଆଜି ୟୁକ୍ରେନବାସୀଙ୍କ ଭବିଷ୍ୟତ ବିପଦରେ ରହିଛି ବୋଲି ଚର୍ଚ୍ଚା ହେଉଛି।

ଦେଶକୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତି ଭବନ ଛାଡି ରାସ୍ତାରେ ଛିଡ଼ା ହୋଇ ଲଢ଼ି ଜଣେ ହୁଏତ ପୃଥିବୀର ଲୋକଙ୍କ ଆଖିରେ ହିରୋ ହୋଇ ପାରନ୍ତି। କିନ୍ତୁ ଠିକ ସମୟରେ ଠିକ ନିଷ୍ପତ୍ତି ନ ନେବା ମଧ୍ୟ ଜଣଙ୍କୁ ବିଫଳ ନେତା ବୋଲି ପ୍ରମାଣ କରିଥାଏ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri