Categories: ଫୁରସତ

ଜେବ୍ରାକୁ ଏମିତି ଗେଲ କରୁଛି ହାତୀଛୁଆ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଛୁଆ ଜେବ୍ରାକୁ ଗେଲ କରୁଥିବା ଦେଖିବାକୁ ମିଳିଛି। ଉଭୟଙ୍କ ମଧ୍ୟରେ ଖୁବ ଭଲପାଇବା ଥିବା ଭିଡିଓରୁ ଜଣାପଡ଼ୁଛି। ହାତୀ ତାହାର ଶୁଣ୍ଢରେ ଜେବ୍ରାର କାନକୁ ଓ ବେକକୁ ଆଉଁସୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share