ରୁଷିଆରେ ଜାରା-ପେପଲ୍‌-ସାମସଙ୍ଗ୍‌ କାରବାର ବନ୍ଦ…

ଓ୍ବାଶିଂଟନ, ୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏହାକୁ ବିରୋଧ କରି ରୁଷିଆରେ ଜାରା, ପେପଲ୍‌ ଏବଂ ସାମସଙ୍ଗ୍‌ ନିଜ ନିଜ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍‌ ଲାଇନ୍‌ ପେମେଣ୍ଟ କମ୍ପାନୀ ପେପଲ ଏହାର ସେବାକୁ ବନ୍ଦ କରିବାକୁ ଘୋଷଣା କରିଛି। ସେହିପରି ରୁଷିଆରେ ସ୍ମାର୍ଟଫୋନ କାରବାର କରୁଥିବା ସାମସଙ୍ଗ ଏହାର କାରବାରକୁ ବନ୍ଦ କରିବାକୁ ସୂଚନା ଦେଇଛି। ସେହିପରି ଜାରା ମଧ୍ୟ ରୁଷିଆରେ କାରବାର ବନ୍ଦ କରିବାକୁ କହିଛି।

ପୋଷାକ ରିଟେଲର ଇଣ୍ଡିଟେକ୍ସ୍‌ ଏହାର ର୍ବେଶାକା, ଷ୍ଟାଡିଭାରିଅସ୍‌ ଏବଂ ଓୟୋସୋ ଆଦି ୮ ବ୍ରାଣ୍ଡ୍‌ର ୫୦୨ ଷ୍ଟୋର୍‌କୂ ବନ୍ଦ କରିଛି। ଏହା ସହିତ ଆପଲ, ଏଚ୍‌ ଆଣ୍ଡ୍‌ ଏମ୍‌, ଆଇକିଆ,ରୋଲ୍ସ ରୋଏସ,ବୁର୍ବେରୀ ,ଜାଗୁଆର ଲ୍ୟାଣ୍ଡ ରୋଭର , ଜେନେରାଲ ମୋଟର୍ସ,ଆଷ୍ଟନ ମାର୍ଟିନ,ନେଟଫ୍ଲିକ୍ସ ପ୍ରଭୃତି ବିଶ୍ୱସ୍ତରୀୟ ବ୍ରାଣ୍ଡଗୁଡିକ କାରବାର ବନ୍ଦ କରିଛନ୍ତି।

ବ୍ୟାଙ୍କ ରିସର୍ଚ୍ଚର ବିଶ୍ଳେଷକ ଆଡାମ କୋଚ୍ରେନ ରଏଟର୍ସକୁ କହିଛନ୍ତି ଯେ ଲଜିଷ୍ଟିକ ଅସୁବିଧା ଏବଂ ରୁଷିଆ ମୁଦ୍ରା ରୁବେଲ ଦୁର୍ବଳ ହେବାରେ ଲାଗିଛି। ଫଳରେ ରୁଷିଆରେ ଗ୍ରାହକଙ୍କ ପାଇଁ ମୂଲ୍ୟ ବୃଦ୍ଧି ଯୋଗୁ ଆମଦାନୀ କରୁଥିବା ସମସ୍ତ ଖୁଚୁରା ବ୍ୟବସାୟୀଙ୍କ ଲାଗି କାରବାର କରିବା କଷ୍ଟସାଧ୍ୟ ହେବ।

ଅନ୍‌ଲାଇନ ପେମେଣ୍ଟ କମ୍ପାନୀ ପେପଲ ଏହାର ସେବା ବନ୍ଦ କରିଦେଇଛି। କିନ୍ତୁ ଏହା କିଛି ସମୟ ପାଇଁ ଓ୍ବିଥଡ୍ରାଲରେ ସହଯୋଗ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri