ସୋନାକ୍ଷି-ଇକବାଲଙ୍କ ସମ୍ପର୍କରେ ମୋହର ଲଗାଇଲେ ଇକବାଲ!

ମୁମ୍ବାଇ: ବଲିଉଡ ନାୟିକା ସୋନାକ୍ଷି ସିହ୍ନା ତାଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ଆଲୋଚନା ହେଉଛି କି ଖୁବଶୀଘ୍ର ସୋନାକ୍ଷି ବିବାହ କରିବାକୁ ଯାଉଛନ୍ତି । ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଥିବା ସୋନାକ୍ଷି ଅଭିନେତା ଇକବାଲଙ୍କ ପ୍ରେମରେ ପଡିଥିବା କୁହାଯାଉଛି । ହେଲେ ଏ କଥାକୁ ଉଭୟ କେବେ ଆଲୋଚନା ନ କରି ଥିଲେ ବି ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସା କରିବାର ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ଇଭେଣ୍ଟରେ ବି ଉଭୟଙ୍କୁ ଦେଖିବାକୁ ମିଳିଛି ।
ହେଲେ ପ୍ରେମକୁ ଯେତେ ଲୁଚାଇଲେ କ’ଣ ହେବ ଏହାତ ଲୁଚି ରହେନା । କଥା ହେଲା କିଛିଦିନ ତଳେ ସୋନାକ୍ଷି ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏହାର କିଛିଦିନ ପରେ ଏବେ ଇକବାଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସମସ୍ତଙ୍କ ସାମ୍ନାରେ ଏମାନଙ୍କ ପ୍ରେମ କାହାଣୀରେ ମୋହର ଲଗାଇଛନ୍ତି । ଇକବାଲ ଇନଷ୍ଟାଗ୍ରମାରେ ସୋନାକ୍ଷିଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସୋନାକ୍ଷି ଫ୍ଲାଇଟରେ ସ୍ନାକ୍ସର ମଜା ନେଉଥିବା ଦେଖାଯାଇଛି । ଆଉ ସାଙ୍ଗରେ ଅଛନ୍ତି ଇକବାଲ । ଏହି ଭିଡିଓକୁ ଶେୟାର କରି ଇକବାଲ ଲେଖିଛନ୍ତି ଜନ୍ମଦିନର ଶୁଭେଚ୍ଛା ସୋନ୍‌ଜା । ଧନ୍ୟବାଦ ମୋତେ ମାରିଥିବାରୁ । ଆଇ ଲଭ ୟୁ । ଏଥିରୁ ସ୍ପଷ୍ଟ ହୋଇଛି ଯେ ସୋନାକ୍ଷି-ଇକବାଲ ପରସ୍ପରକୁ ଭଲ ପାଉଛନ୍ତି ଓ ଡେଟ କରୁଛନ୍ତି ।

Share