Categories: ଜାତୀୟ

ଜାଫରଙ୍କ ଘର ଭାଙ୍ଗିଲା ବୁଲ୍‌ଡୋଜର

ଲକ୍ଷ୍ନୌ, ୨।୩: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗର ନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମାରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ ସଜା କାଟୁଥିବା ସମାଜବାଦୀ ପାର୍ଟି ନେତା ଆତିକ ଅହମଦଙ୍କ ଖାସ୍‌ ସହଯୋଗୀ ହେଉଛନ୍ତି ଜାଫର।

ଜାଫରଙ୍କ ଘରେ ଅଭିଯୁକ୍ତମାନେ ଏକାଠି ହୋଇ ଉମେଶ ପାଲ୍‌ଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ କହିଛି। ଘଟଣା ପରଠାରୁ ଜାଫର ଫେରାର୍‌ ଥିବା ଜଣାପଡ଼ିଛି। ବୁଧବାର ଆତିକଙ୍କ ଘରେ ପୋଲିସ ଚଢ଼ାଉ କରିଥିବାବେଳେ ଦୁଇଟି ଦାମୀ କାର୍‌ ଜବତ କରାଯାଇଛି। ତେବେ ଜାଫରଙ୍କ ଘର ବୁଲ୍‌ଡୋଜର ଲଗାଇ ଭଙ୍ଗାଯିବା ପରେ ଉମେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସ୍‌ଲିମ୍‌, ନାଫିଜ, ଅର୍ମାନଳ ସଦାକତ ଏବଂ ଘୁଲାମଙ୍କ ଘରେ ବୁଲ୍‌ଡୋଜର ଆକ୍ସନ ନିଆଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସୋମବାର ୟୁପି ପୋଲିସ ଏନ୍‌କାଉଣ୍ଟରରେ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଅର୍ବାଜ୍‌ଙ୍କ ମୃତ୍ୟୁ ଘଟିଛି।

Share