Posted inଜାତୀୟ

କୋବିନ୍ଦଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୮ା୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍‌ ପ୍ଲସ୍‌ କାଟାଗୋରି ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଛି। ଗତ ୫ ତାରିଖରୁ ତାଙ୍କ ସେବାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଭିଆଇପି ସିକ୍ୟୁରିଟି କମାଣ୍ଡୋ ୟୁନିଟ୍‌ ନିୟୋଜିତ ହୋଇଛି। କେନ୍ଦ୍ରୀୟ ଦିଲ୍ଲୀର ଜନପଥ ରୋଡ୍‌ରେ କୋବିନ୍ଦଙ୍କୁ ମିଳିଥିବା ସରକାରୀ ବାସଭବନ ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ରହିବ। ଗୋଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଇଥିବା ସୁପାରିସ ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ୭୬ ବର୍ଷୀୟ କୋବିନ୍ଦ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ କରି ଗତ ଜୁଲାଇରେ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri