Categories: ଜାତୀୟ

ମୁକେଶ ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ମୁମ୍ବାଇ,୨୯।୯: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମ୍ବାନୀଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଥିବା ଗୁରୁବାର ସୂଚନା ମିଳିଛି। ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଏହା ପୂର୍ବରୁ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କ ନିରାପତ୍ତା ପାଇଁ ୫୫ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ସେଥିରେ ୧୦ରୁ ଊର୍ଦ୍ଧ୍ୱ ଏନ୍‌ଏସ୍‌ଜି କମାଣ୍ଡୋ ଓ ପୋଲିସ ଅଫିସର ରହିଥାନ୍ତି।

Share