ବିଗତ ଦିନକୁ ମନେ ପକାଇଲେ କରିସ୍ମା କପୁର: ପ୍ରଶଂସକ କହିଲେ ଏପରି

କରିସ୍ମା କପୁର ବଲିଉଡ୍‌ର ଏପରି ଜଣେ ଅଭିନେତ୍ରୀ ଯିଏକ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ନିଜର ଏକ ଥ୍ରୋବ୍ୟାକ୍‌ ବା ପୁରୁଣା ଫଟୋକୁ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଲାଗୁଛି, ଏହା କୌଣସି ଏକ ଫିଲ୍ମ ସୁଟିଂ ସମୟର ଫଟୋ। ଏହି ଫଟୋରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହାକୁ ପ୍ରଶଂସକ ପସନ୍ଦ କରିବା ସହ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ ଲେଖୁଛନ୍ତି। ଏହି ଫଟୋ ଶେୟାର ହେବାର ଖୁବ୍‌ କମ୍‌ ସମୟ ମଧ୍ୟରେ ୧ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଛି। ଖୁବ୍‌ ଭାଇରାଲ ମଧ୍ୟ ହେଉଛି। ଜଣେ ପ୍ରଶଂସକ କମେଣ୍ଟ୍‌ରେ ଲେଖିଛନ୍ତି ମ୍ୟାମ୍‌, ଆଜି ବି ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Share