Categories: ଖେଳ

ରୋହିତ ଶର୍ମାଙ୍କ ହସ ଦେଖି ଏମିତି କହିଲେ ଚହଲ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଏବଂ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଭଲ ସାଙ୍ଗ ବୋଲି ଧରାଯାଏ। ସୋସିଆଲ ମିଡିଆରେ ଉଭୟ ବେଶ୍‌ ମଜା ମଧ୍ୟ କରିଥାନ୍ତି। ନିକଟରେ ଏମିତି କିଛି ମଜା ରୋହିତ ଶର୍ମାଙ୍କ ଫଟୋକୁ ନେଇ ଚହଲ କରିଛନ୍ତି। ଫୁଟବଲ କ୍ଲବ ରିୟାଲ ମାଡ୍ରିଡ୍‌ ସ୍ପାନିଶ ଲିଗ୍‌ ଜିତିବା ପରେ ରୋହିତ ଶର୍ମା ଇନ୍‌ଷ୍ଟାଗ୍ରାମରେ ନିଜର ଏକ ହସିବା ଫଟୋ ଶେୟାର କରି ରିୟାଲ ମାଡ୍ରିଡ୍‌କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଫଟୋ ଦେଖି ଚହଲ ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନ ଥିଲେ। ସେ ଫଟୋରେ କମେଣ୍ଟ୍‌ ଦେଇ କହିଥିଲେ, ଏହି ହସର ପ୍ରକୃତ କାରଣ ହେଉଛି ଆଜି ଘର କାମ କରିବାକୁ ପଡିବନି। ଝାଡୁ ଏବଂ ପୋଛା ମାରିବାକୁ ପଡିବନି। ଚହଲଙ୍କ କମେଣ୍ଟକୁ ୟୁଜର୍ସ ବେଶ୍‌ ପସନ୍ଦ କରିଥିଲେ। ରୋହିତ ଶର୍ମା ମଧ୍ୟ ଚହଲଙ୍କ ବେଳେବେଳେ ଟ୍ରୋଲ କରିବାକୁ ପଛାନ୍ତି ନାହିଁ।

Share