ଆଇପିଏଲ୍‌ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍‌

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ। ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ ଖେଳାଳି ନିଜ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ରାଜସ୍ଥାନର ବୋଲର ୟୁଜବେନ୍ଦ୍ର ଚହଲ ଏକ ବଡ଼ ଆଇପିଏଲ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ।
ଚଳିତ ଆଇପିଏଲରେ ଚହଲ ବଡ଼ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିଜ ଜାଲରେ ପକାଇଥିଲେ। ଏହି ସିଜିନ୍‌ରେ ୨୭ଟି ଉଇକେଟ ନେଇଥିଲେ। ଫାଇନାଲ୍‌ ମ୍ୟାଚରେ ସେ ଗୋଟିଏ ଉଇକେଟ ପାଇବା ମାତ୍ରେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଉଇକେଟ ନେଇଥିବା ସ୍ପିନର ହୋଇଥିଲେ। ଆଇପିଏଲ ଇତିହାସରେ ଗୋଟିଏ ସିଜନରେ ଜଣେ ସ୍ପିନର୍‌ ଏତେ ଉଇକେଟ ନେଇ ନ ଥିଲେ।
ଆଇପିଏଲରେ ଏହି ସିଜିନ୍‌ ପୂର୍ବରୁ କେବଳ ୨ଟି ସ୍ପିନର ପର୍ପଲ କ୍ୟାପ ଜିତିଥିଲେ। ଚହଲ ଆଇପିଏଲରେ ଏଭଳି ସଫଳତା ହାସଲ କରିବା ପାଇଁ ତୃତୀୟ ସ୍ପିନର ହୋଇଥିଲେ। ଚହଲଙ୍କ ପୂର୍ବରୁ, ପ୍ରଜ୍ଞା ଓଝା ୨୦୧୦ରେ ଏହି କୀର୍ତ୍ତିମାନ କରିଥିଲେ। ଡେକାନ ଚାର୍ଜର୍ସ ପାଇଁ ଖେଳୁଥିବା ପ୍ରଜ୍ଞା ୧୬ଟି ମ୍ୟାଚରେ ୨୧ଟି ଉଇକେଟ ନେଇଥିଲେ। ଏଥି ସହିତ ଚେନ୍ନାଇ ପାଇଁ ଖେଳୁଥିବା ଲେଗ-ସ୍ପିନର ଇମ୍ରାନ ତାହିର ଦ୍ୱାଦଶ ସିଜନରେ ସର୍ବାଧିକ ୨୬ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri