Categories: ଖେଳ

ହ୍ୟାଟ୍ରିକ୍‌ ପରେ ପୁରୁଣା ଷ୍ଟାଇଲ୍‌ରେ ପୋଜ୍‌: ୨୦୨୨ରେ ୨୦୧୯ କଥାକୁ ମନେପକାଇଲେ…

ମୁମ୍ବାଇ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲ। ବ୍ରାବୋନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଚଳିତ ଆଇପିଏଲ୍‌ର ପ୍ରଥମ ହ୍ୟାଟ୍ରିକ୍‌ ନେଇଛନ୍ତି ସେ। ଏହାକୁ ନେଇ ତାଙ୍କ ଦଳ କୋଲକାତା ନାଇଟ୍‌ ରାଇଡର୍ସକୁ ୭ ରନ୍‌ରେ ପରାଜିତ କରିପାରିଥିଲା।

ଇନିଂସର ୧୭ ଓଭରରେ ଚହଲ ଶ୍ରେୟାସ ଆୟାର, ଶିବମ ମାଭି ଏବଂ ପ୍ୟାଟ୍‌ କମିନ୍ସଙ୍କ ଉଇକେଟ ନେଇ ହାଟ୍ରିକ୍‌ ପୂରଣ କରିଥିଲେ। ଆଇପିଏଲ୍‌ ଇତିହାସର ଏହା ୨୧ତମ ହ୍ୟାଟ୍ରିକ୍‌ ଥିଲା। ତେବେ ଯେତେବେଳେ ଚହଲ କମିନ୍ସଙ୍କ ଉଇକେଟ ନେଇଥିଲେ ସେ ଖୁସିରେ ବିଭୋର ହୋଇଯାଇଥିଲେ। ଏପରିକି ସେ ତାଙ୍କର ଏକ ପୁରୁଣା ଷ୍ଟାଇଲ୍‌ରେ କ୍ୟାମେରାକୁ ପୋଜ୍‌ ଦେଇଥିଲେ। ଚହଲଙ୍କ ଏହି ପୋଜ୍‌ ଏବେ ଭାଇରାଲ ହେଉଛି।

୨୦୧୯ ବିଶ୍ୱକପ୍‌ ସମୟରେ ଶ୍ରୀଲଙ୍କା ବିପକ୍ଷ ଭାରତର ମୁକାବିଲାରେ ଚହଲ ସୀମାରେଖା ନିକଟରେ ଶୋଇ ରହିଥିଲେ। ତାଙ୍କର ଏହି ଆରାମ କରିବାର ଷ୍ଟାଇଲ୍‌ ବେଶ ପସନ୍ଦ ଆସିଥିଲା। ସେତେବେଳେ ଏହାକୁ ନେଇ ଅନେକ ମେମେ କରାଯାଇଥିଲା। ଏବେ ୨୦୨୨ରେ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ଚହଲ ସମାନ ଷ୍ଟାଇଲ ଆପଣାଇଥିବା ଦେଖାଯାଇଛି।

Share