Categories: ଖେଳ

ତୃତୀୟ ଟି୨୦ରେ ଇତିହାସ ରଚିପାରନ୍ତି ୟୁଜବେନ୍ଦ୍ର ଚହଲ: ବୁମରାହଙ୍କ ଏହି ବଡ ରେକର୍ଡ ଭାଙ୍ଗିବା ଉପରେ ନଜର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ପାଲଟିଛନ୍ତି ୟୁଜବେନ୍ଦ୍ର ଚହଲ। ବୁମରାହଙ୍କଠାରୁ କମ୍‌ ମ୍ୟାଚ୍‌ ଖେଳିଥିଲେ ହେଁ ଏହି କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ସେ। ପ୍ରଥମ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜାଙ୍କ କନ୍‌କଶନ ସବଷ୍ଟିଚ୍ୟୁଟ ଭାବେ ପଡ଼ିଆକୁ ଓହ୍ଲାଇଥିଲେ ସେ। ହେଲେ ସେ ଉକ୍ତ ମ୍ୟାଚ୍‌ରେ ୨୫ ରନ୍‌ ଦେଇ ୩ ଉଇକେଟ ନେବା ଯୋଗୁ ମ୍ୟାନ ଅଫ ଦ ମ୍ୟାଚହୋଇଥିଲେ। ସେହିଭଳି ଦ୍ୱିତୀୟ ଟି୨୦ରେ ଗୋଟିଏ ଉଇକେଟ ନେଇ ଭାରତ ପାଇଁ ସବୁଠାରୁ ଅଧିକ ଉଇକେଟ ନେଇଛନ୍ତି ସେ। ଶେଷ ମ୍ୟାଚ୍‌ରେ ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଜସପ୍ରିତ ବୁମରାହଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରନ୍ତି ବୋଲି କୁହାଯାଉଛି। ଏପରି ହେଲେ ସେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ଉଇକେଟ ନେଇଥିବା ଭାରତୀୟ ଖେଳାଳି ପାଲଟିବେ।
ପ୍ରକାଶ ଯେ, ଏବେ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି୨୦ରେ ୩ଜଣ ଭାରତୀୟ ବୋଲର ୫୦ରୁ ଅଧିକ ଉଇକେଟ ନେଇଛନ୍ତି। ବୁମରାହ ଏବଂ ଚହଲଙ୍କ ବ୍ୟତିତ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଏହି ଉପଲବ୍ଧି ପାଇଛନ୍ତି। ଅଶ୍ୱିନ ମ୍ୟାଚ୍‌ରେ ୫୨ ଉଇକେଟ ନେଇଛନ୍ତି। ସେହିଭଳି ଚହଲ ୪୪ ମ୍ୟାଚ୍‌ରେ ଖେଳି ୫୯ ଏବଂ ବୁମରାହ ୫୦ ଟି୨୦ରେ ୫୯ ରନ୍‌ କରିଛନ୍ତି।

Share