Categories: ଖେଳ

ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ସଲମାନ ଖାନ୍‌ଙ୍କ ଗୀତରେ ଡ୍ୟାନ୍ସ କରିଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କୁ ନିଜ ମନ ଦେଇ ବସିଛନ୍ତି। ଗତ ଅଗଷ୍ଟ ୮ରେ ଧନଶ୍ରୀଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଫଟୋ ଶେୟାର କରିଥିଲେ। ଏହାପରେ ଉଭୟ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ଏକ ସାକ୍ଷାତକାରରେ ଚହଲ କହିଥିଲେ, ଲକ୍‌ଡାଉନ୍‌ ସମୟରେ ଏକ ଡ୍ୟାନ୍ସ କ୍ଲାସରେ ସେ ଧନଶ୍ରୀଙ୍କୁ ଭେଟିଥିବା କହିଲେ। ପ୍ରଥମେ ଉଭୟଙ୍କ ଭର୍ଚୁଆଲ ଭାବରେ ଭେଟ ହେଉଥିଲା। ଧନଶ୍ରୀଙ୍କଠାରୁ ଡ୍ୟାନ୍ସ ଶିଖୁଥିଲେ ଚହଲ। ଅନ୍‌ଲାଇନ୍‌ ଓ୍ବାର୍କସପ୍‌ରେ ମଧ୍ୟ ସେ ଭାଗ ନେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ଚହଲ ନିଜ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏକ ଡ୍ୟାନ୍ସ ଭିଡିଓ ପ୍ରସ୍ତୁତ କରିଥିଲେ। ଅଭିନେତା ସଲମନ ଖାନଙ୍କ ଫିଲ୍ମ ‘ଭାରତ’ର ଏକ ଗୀତ ସ୍ଲୋ ମୋଶନରେ ଡ୍ୟାନ୍ସ କରିଥିଲେ। ଏହା ଦେଖି ବେଶ୍‌ ଖୁସି ହୋଇଯାଇଥିଲେ ଧନଶ୍ରୀ। ଏହି ଭିଡିଓକୁ ପରେ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଧନଶ୍ରୀ ପେଶାରେ ଜଣେ ଡାକ୍ତର। କିନ୍ତୁ ସେ ଡାକ୍ତରୀ କାର୍ଯ୍ୟ ନ କରି କୋରିଓଗ୍ରାଫୀରେ ନିଜ କ୍ୟାରିୟର ଆଗକୁ ବଢାଇଥିଲେ। ମୁମ୍ବାଇରେ ସେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଖୋଲିଛନ୍ତି। ସେ ପ୍ରସିଦ୍ଧ ୟୁଟ୍ୟୁବର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

 

Share