Categories: ଖେଳ

ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ଫଟୋ କିମ୍ବା ଭିଡିଓ ଶେୟାର କରି ଚହଲ ପ୍ରାୟତଃ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥା’ନ୍ତି। ତେବେ ଏବେ ଚହଲ ଟୁଇଟର୍‌ରେ ଏକ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀ ଜଣଙ୍କ କୌଣସି ମଡେଲ କିମ୍ବା ଅଭିନେତ୍ରୀଙ୍କ ତୁଳନାରେ କମ ନୁହଁନ୍ତି। ୟୁଜଭେନ୍ଦ୍ର ଚହଲ,ଯୁବତୀଙ୍କ ଫଟୋ ଲାଇକ କରିଛନ୍ତି, ସେ ଚେସ୍‌ ଦୁନିଆର ଜଣେ ବଡ ଖେଳାଳି। ଏହି ଖେଳାଳିଙ୍କ ନାମ ହେଉଛି କିୟୁ ଜୋହ। ସେ ଚାଇନାର ମୂଳର ଖେଳାଳି। କିୟୁ ୨୦୦୫ରୁ ୨୦୧୧ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ପାଇଁ ଚେସ୍‌ ଖେଳିଥିଲେ ଏବଂ ଏହା ପରେ ସେ କାନାଡାରେ ଅବସ୍ଥାନ କରିଥିଲେ। କିୟୁ ଜୋହଙ୍କୁ ମାତ୍ର ୨୧ ବର୍ଷ ବୟସ ଏବଂ ସେ ୨୦୧୭ରେ ମହିଳା ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ୨୦୧୬ ମସିହାରେ, ସେ ଫିଡେ ମାଷ୍ଟର ଆଖ୍ୟା ମଧ୍ୟ ପାଇଥିଲେ। ୟୁଜବେନ୍ଦ୍ର ଚହଲ ନିଜେ ମଧ୍ୟ ଜଣେ ଚେସ୍‌ ଖେଲାଳି। ସେ ୨୦୧୩ରେ ଭାରତ ପାଇଁ ଚେସ ବିଶ୍ୱକପରେ ଅଂଶଗ୍ରହଣ କରିବା ସହିତ ଜାତୀୟ ସ୍ତରରେ ଚେସ ଚାମ୍ପିୟନ ହୋଇଥିଲେ।

Share