Categories: ଖେଳ

ଲାଇଭ ଚାଟ୍‌ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…

ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍‌ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଲେଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ଏହି ବ୍ରତ ରଖିଥିଲେ। ହେଲେ ସ୍ବାମୀ ସାଙ୍ଗରେ ନ ଥିବାରୁ ସେ ଦୁଃଖ ଅନୁଭବ କରିଥିଲେ। ଏଥିଯୋଗୁ ଫୋନ ହିଁ ପାଲଟିଥିଲା ଉଭୟଙ୍କୁ ଏକା ସହ ରଖିବାର ମାଧ୍ୟମ।

ଆଗାମୀ ବିଶ୍ୱକପ୍‌କୁ ନେଇ ଯୁଜବେନ୍ଦ୍ର ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଧନଶ୍ରୀ ଅଛନ୍ତି ଭାରତରେ। ଏମିତିରେ ବ୍ରତ କିଭଳି ଭାଙ୍ଗିବେ ସେ ନେଇ ଚିନ୍ତାରେ ଥିଲେ ଧନଶ୍ରୀ। ଶେଷରେ ମୋବାଇଲରେ ଲାଇଭ୍‌ ଭିଡିଓ କରି ସେ ନିଜର ବ୍ରତ ଭାଙ୍ଗିଥିଲେ। ପ୍ରଥମେ ଜହ୍ନ ଏବଂ ପରେ ଚହଲଙ୍କୁ ଦେଖି ସେ ପାଣି ପିଇ ବ୍ରତ ଭାଙ୍ଗିଥିଲେ।

ଏହି ଭିଡିଓ ଚାଟ୍‌ର ମୂହୁର୍ତ୍ତକୁ ଧନଶ୍ରୀ କଏଦ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏତେ ଦେଖାଇହେବାର ଆବଶ୍ୟକତା ନାହିଁ ବୋଲି କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିବା ଦେଖାଯାଇଛି।

Share