ସ୍ତ୍ରୀଙ୍କ ସହ ସାଉଥ୍‌ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…

ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍‌ର ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ବାଙ୍ଗାଲୁରୁରେ ବୁଲୁଛନ୍ତି। ଏହି ଅବସରରେ ୟୁଜବେନ୍ଦ୍ର ସ୍ତ୍ରୀ ଧନଶ୍ରୀଙ୍କ ସହ କନ୍ନଡ ଫିଲ୍ମର ସୁପରଷ୍ଟାର ତଥା ‘କେଜିଫ୍‌’ ଅଭିନେତା ୟଶଙ୍କୁ ଭେଟିଛନ୍ତି । ଏକ ରେଷ୍ଟୁରାଣ୍ଟରେ ୟଶ ଏବଂ ତାଙ୍କ ସ୍ତ୍ରୀ ରାଧିକା ପଣ୍ଡିତଙ୍କୁ ଦେଖିବା ପରେ ୪ ଜଣ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋକୁ ଚହଲ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ୟଶଙ୍କୁ ଫର୍ମାଲ ଶାର୍ଟ-ପ୍ୟାଣ୍ଟ ଏବଂ ସ୍ତ୍ରୀ ରାଧିକାଙ୍କୁ ସୁଟ୍‌ରେ ଦେଖିବାକୁ ମିଳୁଛି। ସେହିପରି ୟୁଜବେନ୍ଦ୍ର କାଜୁଆଲ ଟି-ଶର୍ଟ ଏବଂ ଜିନ୍ସ ପିନ୍ଧିଥିବା ବେଳେ ସ୍ତ୍ରୀ ଚହଲ ଧଳା ରଙ୍ଗର ଟି-ଶାର୍ଟରେ ନଜର ଆସିଛନ୍ତି। ୪ ଜଣଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୮ ଘଣ୍ଟାରେ ୧୦ ଲକ୍ଷ ଲୋକ ଏହି ଫଟୋକୁ ଲାଇକ୍‌ କରିସାରିଛନ୍ତି। କମେଣ୍ଟରେ ଜଣେ ୟୁଜର ଲେଖିଛନ୍ତି, କେଜିଫ୍‌ଙ୍କୁ ଭେଟିଲେ ଆର୍‌ସିବି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କେଜିଫ୍‌-୨ରେ ଆପଣଙ୍କୁ ସ୍ବାଗତ।

Share