ସୋସିଆଲ ମିଡିଆରୁ ବ୍ରେକ୍ ନେଲେ ହେଜେଲ୍‌

ମୁମ୍ବାଇ: ଭାରତୀୟ ଦଳର କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜେଲ୍ କେଚ୍ ଇନଷ୍ଟାଗ୍ରାମରେ ଜଣାଇଛନ୍ତି କି ସେ କିଛିଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି । ସେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ତାଙ୍କୁ ବାସ୍ତବିକ ବା ପ୍ରକୃତ ଦୁନିଆରେ ରହିବାକୁ ଆଶୀର୍ବାଦ କରନ୍ତୁ । ତାଙ୍କର କହିବା କଥା ହେଲା ସେ ଏକ ରିୟଲ ଲାଇଫ ବଞ୍ଚିବାକୁ ଚାହୁଁଛନ୍ତି । ଆଉ ଏକ ସାଧାରଣ ମଣିଷ ଭଳି ଜୀବନ କାଟିବାକୁ ଚାହୁଁଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଓ ମୋ ଫୋନ୍ ବ୍ରେକରେ ଯାଉଛୁ । ଅବଶ୍ୟ ମୁଁ ଜାଣିଛି ଏହା ମୋର ପ୍ରଶଂସକଙ୍କୁ ଠିକ୍ ଲାଗିବ ନାହିଁ । ହେଲେ ବର୍ତ୍ତମାନ ସମୟରେ ଏହା ଜରୁରୀ ଯେ ଦୂରେଇ ରହି ମଧ୍ୟ ଜଣଙ୍କୁ କେମିତି ମନେ ପକାଯାଇପାରେ । ତେବେ ସେ ଏତେଶୀଘ୍ର ବି ସୋସିଆଲ ମିଡିଆକୁ ଫେରିବେ ନାହିଁ ବୋଲି କହିଛନ୍ତି । ଆଉ ମୋତେ ମେସେଜ୍ କରିବା ପରିବର୍ତ୍ତେ ସିଧା ଫୋନ କରିପାରିବେ ବୋଲି ହେଜେଲ କହିଛନ୍ତି । ସୂଚନାଯୋଗ୍ୟ, ନିକଟରେ ହେଜେଲ ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ସ୍ୱାମୀ ଯୁବରାଜ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହାର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିିଳିଥିଲା । ଏଥିରେ ଏମିତି ଏକ ଫଟୋ ଥିଲା ଯେଉଁଥିରୁ ଅନୁମାନ କରାଯାଇଥିଲା କି ହେଜେଲ ଗର୍ଭବତୀ ଅଛନ୍ତି । ଆଉ ଏବେ ହେଜେଲଙ୍କ ସୋସିଆଲ ମିଡିଆ ବ୍ରେକ୍‌୍ ଏହାକୁ ଆଉ ଟିକେ ସ୍ପଷ୍ଟ କରୁଛି ବୋଲି କୁହାଯାଉଛି ।

Share