Posted inଖେଳ

ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ ଏହିଁ ଟିମରେ ସାମିଲ କରି ନାହାନ୍ତି।

ନିଜର ସର୍ବକାଳୀନ ଏକାଦଶ ଚୟନ କରିବା ବେଳେ ଏଥିରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଭାରତୀୟ ବ୍ୟାଟର ରହିଛନ୍ତି। ସଚିନ ଏବଂ ରିଙ୍କି ପଣ୍ଟିଂଙ୍କୁ ଓପନିଂ ଚୟନ କରିଥିବା ବେଳେ ତୃତୀୟ ତଥା ଚତୁର୍ଥ ନମ୍ବର ପାଇଁ ରୋହିତ ଏବଂ ବିରାଟ କୋହଲିଙ୍କୁ ରଖିଛନ୍ତି। ପାଞ୍ଚ ନମ୍ବରରେ ସେ ଦକ୍ଷିଣ ଆଫ୍ରିକାର ଦୁର୍ଦଶ ବ୍ୟାଟର ଏବି ଡି ଭିଲିୟର୍ସଙ୍କୁ ରଖିଥିବା ବେଳେ ୱିକେଟ କିପର ସ୍ପେସିଆଲିଷ୍ଟ ଭାବେ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟଙ୍କୁ ସାମିଲ କରିଛନ୍ତି। ୭ ନମ୍ବରରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନ ବୋଲର ଶେନ ୱାର୍ନଙ୍କୁ ରଖିଥିବା ବେଳେ ଶ୍ରୀଲଙ୍କାର ମୁଥୟ ମୁରଲୀଧରନଙ୍କୁ ଅଷ୍ଟମ ସ୍ଥାନରେ ରଖିଛନ୍ତି। ପେଶ ବିଭାଗରେ ଅଷ୍ଟ୍ରେଲିଆର ଗ୍ଲେନ ମାକଗ୍ରାଥ ଏବଂ ୱାସିମ ଆକ୍ରମଙ୍କୁ ନବମ ଏବଂ ଦଶମ ସ୍ଥାନରେ ସାମିଲ କରିଛନ୍ତି। ଏକାଦଶ ସ୍ଥାନରେ ଇଂଲଣ୍ଡର ଅଲରାଉଣ୍ଡର ଆଣ୍ଡ୍ରୟୁ ଫ୍ଲିଣ୍ଟାଫଙ୍କୁ ରଖିଥିଲା ବେଳେ ନିଜକୁ ଦ୍ୱାଦଶ ସ୍ଥାନରେ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri