Categories: Home Leftଖେଳ

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର ବୈଭବଙ୍କୁ ଇଷ୍ଟ ଜୋନ୍‌ର ଉପଅଧିନାୟକ ଦାୟିତ୍ୱ ମିଳିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ବ୍ୟାଟିଂରେ ବିଶେଷ କିଛି କରିପାରିନଥିଲେ ମଧ୍ୟ ବୋଲିଂରେ ସେ ଚମତ୍କାର ପ୍ରଦର୍ଶନ କରି ୨ଟି ଉଇକେଟ୍‌ ନେଇଥିଲେ। ତେବେ ବୈଭବଙ୍କ ବୋଲିଂ ଆକ୍ସନ ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ଆକ୍ସନ ଦେଖି ଭାରତର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଯୁବରାଜ ସୋସିଆଲ ମିଡିଆରେ ବୈଭବଙ୍କ ବୋଲିଂ ଆକ୍ସନକୁ ନେଇ ଲେଖିଛନ୍ତି, ‘ମୋ ଆକ୍ସନଠାରୁ ତ ଭଲ।’ ଏହା ସହିତ ସେ ହସୁଥିବା ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି। ଯୁବରାଜ ଓ ବୈଭବଙ୍କ ବୋଲିଂ ଆକ୍ସନର ଫଟୋ ସହ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି କମେଣ୍ଟକୁ ସୋସିଆଲ ମିଡିଆରେ ଶେୟାର କରିଛି।

ପ୍ରଥମ ମ୍ୟାଚରେ ବୈଭବ ମାତ୍ର ୩ ଓଭର ବୋଲିଂ କରି ୨ଟି ଉଇକେଟ୍‌ ନେଇଥିଲେ । ଉଇକେଟ୍‌ ନେବା ପରେ ସେ ନିଜକୁ ‘ଉଇକେଟ୍‌ ଟେକର’ ବୋଲି ମଧ୍ୟ କହିଥିଲେ। ବୈଭବଙ୍କ କହିବା ଅନୁସାରେ, ଅଧିନାୟକ ଈଶାନ କିଶନ ତାଙ୍କୁ ବୋଲିଂ ଦେବାକୁ ପ୍ରଥମେ ଟିକେ ଦ୍ୱିଧାରେ ଥିଲେ।

ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଓ ସେଣ୍ଟ୍ରାଲ ଜୋନ ମଧ୍ୟରେ ମୁକାବିଲା ଚାଲିଛି। ଇଷ୍ଟ ଜୋନ ପକ୍ଷରୁ ପ୍ରଥମ ଇନିଂସରେ ବୈଭବ ଜବରଦସ୍ତ ବ୍ୟାଟିଂ କରି ୮୧ ବଲ୍‌ରେ ୭ ଚୌକା ଓ ୭ ଛକା ସହ ୯୨ ରନ କରିଛନ୍ତି।
ତେବେ ଏଠାରେ ମଧ୍ୟ ସେ ଶତକଠାରୁ ମାତ୍ର ୮ ରନ ଦୂରରେ ଆଉଟ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ବୈଭବ ଅନେକ ଥର ଶତକର ନିକଟରେ ପହଞ୍ଚି ଆଉଟ ହୋଇସାରିଛନ୍ତି।

 

Odisha’s No.1 Odia Daily

 

 

Share