Categories: ଖେଳ

ହିନ୍ଦୁ ମାନଙ୍କୁ ଦେଶଦ୍ରୋହୀ କହି ଅଡ଼ୁଆରେ ଯୁବରାଜଙ୍କ ବାପା: ଲୋକେ କହିଲେ ‘ଗିରଫ କରାଯାଉ’

ନୂଆଦିଲ୍ଲୀ,୫।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଆପତ୍ତିଜନକ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବିଗତ ଦିନରେ ଭାରତୀୟ କ୍ରିକେଟ, ଯୁବରାଜ, ଏମ୍‌ଏସ୍‌ ଧୋନୀ ଏବଂ କ୍ରିକେଟ ବୋର୍ଡକୁ ନେଇ ସେ କଟାକ୍ଷ କରିଥିଲେ। ହେଲେ ଏବେ ସେ ନୂତନ କୃଷି ଆଇନ୍‌କୁ ବିରୋଧରେ ଚାଲିଥିବା କୃଷକଙ୍କ ରାଲିରେ ଯୋଗ ଦେଇ ହିନ୍ଦୁ ଏବଂ ହିନ୍ଦୁ ମହିଳାଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି। ହିନ୍ଦୁମାନେ ଦେଶଦ୍ରୋହୀ। ସେମାନେ ୧୦୦ ବର୍ଷ ଧରି ଦାସତ୍ୱ କରିଥିଲେ ବୋଲି ସେ କହିବା ସହ ମହିଳାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଗିରଫ କରାଯାଉ ବୋଲି ହ୍ୟାସଟ୍ୟାଗ୍‌ ଟ୍ରେଣ୍ଡ କରୁଛି। କିଛି ଲୋକ ଟୁଇଟ୍‌ କରି ଏହାକୁ ନିନ୍ଦନୀୟ, ଆପତ୍ତିଜନକ କହି ଅମିତ ଶାହାଙ୍କୁ ଟ୍ୟାଗ୍‌ କରୁଥିବା ଦେଖାଯାଉଛି।

Share