Categories: ଖେଳ

ଯୁବରାଜଙ୍କୁ ବଡ ଝଟ୍‌କା ଦେଲା ବିସିସିଆଇ

ଚଣ୍ଡିଗଡ,୨୯।୧୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିସିସିଆଇ ଏକ ବଡ଼ ଝଟକା ଦେଇଛି। ଗତ ବର୍ଷ ଅବସର ନେଇଥିବା ଯୁବରାଜ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫି ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ତାଙ୍କୁ ଅବସରରୁ ଫେରିବାକୁ ଅନୁମୋଦନ ଦେଇନାହିଁି। ସେ ପଞ୍ଜାବର ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲେ। ଏବେ ମନଦୀପ ସିଂ ଏହି ଟୁର୍ନାମେଣ୍ଟରେ ପଞ୍ଜାବର ନେତୃତ୍ୱ ନେବେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟୁର୍ନାମେଣ୍ଟରେ ପଞ୍ଜାବର ୩୦ ଜଣିଆ ସମ୍ଭାବ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମଧ୍ୟ ଅଭ୍ୟାସ କରୁଥିଲେ। ଦୁଃଖର ବିଷୟ ସେ ପଞ୍ଜାବ ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫିରେ ଖେଳି ପାରିବେ ନାହିଁ କାରଣ ସେ ଦଳର ୨୦ ଜଣିଆ ଦଳରେ ସ୍ଥାନ ପାଇ ନାହାଁନ୍ତି।
ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ ଦିନିକିଆ ଏବଂ ୫୮ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଯୁବରାଜ ସିଂ ତାଙ୍କ ଅବସର ନିଷ୍ପତ୍ତିରୁ ଓହରି ଘରୋଇ କ୍ରିକେଟରେ ପଞ୍ଜାବ ପାଇଁ ଖେଳିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସେ ବିସିସିଆଇଠାରୁ ଅନୁମତି ପାଇ ନାହାନ୍ତି। ନାହିଁ। ସୂଚନାଯୋଗ୍ୟ ଯେ, ଯୁବରାଜ ଗତ ବର୍ଷ ଜୁନ୍‌ରେ କ୍ରିକେଟରୁ ବିଦାୟ ନେଇଥିଲେ କିନ୍ତୁ ପଞ୍ଜାବ କ୍ରିକେଟ ଆସୋସିଏସନ ସଚିବ ପୁଣେ ବାଲିଙ୍କ ଅନୁରୋଧ କ୍ରମେ ତାଙ୍କ ରାଜ୍ୟ ପାଇଁ ଖେଳିବାକୁ ରାଜି ହୋଇଥିଲେ।

Share