Categories: ଖେଳ

ଗାଲ ଧରିବାକୁ ହେଲେ ସ୍ତ୍ରୀଙ୍କ ଅନୁମତି ଆଣିବାକୁ ପଡିବ, ଯୁବରାଜଙ୍କୁ କାହିଁକି ଏମିତି କହିଲେ ରୋହିତ୍‌ ଶର୍ମା

ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ସ୍ତ୍ରୀ ରିତିକା ସଜଦେହଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ତାଙ୍କୁ ଟ୍ରେଲ କରିଛନ୍ତି ପୂର୍ବତନ ଅଲରାଉରାଉଣ୍ଡର ଯୁବରାଜ ସିଂ। ରୋହିତ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ରିତିକାଙ୍କୁ ଧରିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଯେଉଁ ଜିନିଷ ଆପଣଙ୍କୁ ଭଲ ଲାଗେ ତାକୁ ଧରି ରଖିବା ଉଚିତ୍‌। ଯୁବରାଜ ଏଥିରେ କମେଣ୍ଟ ଦେଇ କହିଥିଲେ, ମୋତେ ତୁମ ଗାଲ ବହୁତ ପସନ୍ଦ ରୋହିତ, ତାକୁ ମୁଁ ଧରି ପାରିବି କି?। ଏହାର ଜବାବରେ ରୋହିତ କହିଥିଲେ ପାଜି ପ୍ରଥମେ ତୁମକୁ ରିତିକାଙ୍କଠାରୁ ଅନୁମତି ଆଣିବାକୁ ପଡିବ। ଲକ୍‌ଡାଉନ୍‌ ଯୋଗୁ ଏବେ କୌଣସି ସିରିଜ୍‌ ଆୟୋଜନ ହେଉ ନ ଥିବାରୁ ଖେଲାଳିମାନେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି।

Share