Posted inଖେଳ

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇଥିଲେ। ଏବେ ହାନସୀ ପୋଲିସ ଯୁବରାଜ ସିଂଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବ। ହାନସୀ ପୋଲିସର ପିଆରଓ ସୁଭାଷ କୁମାର କହିଛନ୍ତି, ଯୁବରାଜଙ୍କୁ ଶନିବାର ଗିରଫ କରାଯାଇଥିଲା। ତାଙ୍କୁ ତଦନ୍ତରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି। ଡିଏସପି ବିନୋଦ ଶଙ୍କର ଯୁବରାଜ ସିଂଙ୍କୁ ପଚରାଉଚରା କରିଛନ୍ତି।
ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଯୁବରାଜ ରୋହିତ ଶର୍ମାଙ୍କ ସହ ଗତ ବର୍ଷ ଲକଡାଉନ ସମୟରେ ଏକ ଇନଷ୍ଟାଗ୍ରାମ ଲାଇଭରେ କଥାବାର୍ତ୍ତା କରୁଥିଲେ। ଏହି ସମୟ ମଧ୍ୟରେ ସେ ଦଳିତଙ୍କ ବିରୋଧରେ ଏକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ସେ ଏହି କଥା ୟୁଜବେନ୍ଦ୍ର ଚହଲଙ୍କୁ କହିଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି କାରଣରୁ ଦଳିତ ମାନବ ଅଧିକାରର ସଂଯୋଜକ ରଜତ କଲସାନ ଗତ ବର୍ଷ ଜୁନ ୨ରେ ଏକ ମାମଲା ଦାୟର କରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ଅଭିଯୋଗ ଯୁବରାଜଙ୍କ ବିରୋଧରେ ହିଜରସ୍ଥିତ ହାନସୀ ନଗର ପୋଲିସ ଷ୍ଟେଶନରେ ହୋଇଥିଲା। ଆଇପିସିର ଧାରା ୧୫୩, ୧୫୩ ଏ, ୨୯୫, ୫୦୫ ବ୍ୟତୀତ ତାଙ୍କ ଉପରେ ଏସସି/ଏସଟି ଅଧିନିୟମ ଲାଗୁ କରାଯାଇଛି।
ତେବେ ଏହି ମାମଲା ବଢ଼ିବା ପରେ ଯୁବରାଜ ମଧ୍ୟ କ୍ଷମା ମାଗିଥିଲେ। ସେ ଏକ ଟୁଇଟ୍‌ରେ କହିଥିଲେ ଯେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ରଙ୍ଗ, ଜାତି କିମ୍ବା ଲିଙ୍ଗ ଆଧାରରେ ମୁଁ କୌଣସି ପ୍ରକାର ଭେଦଭାବରେ ବିଶ୍ୱାସ କରେ ନାହିଁ। ମୁଁ ମୋ ଜୀବନକୁ ଲୋକଙ୍କ ମଙ୍ଗଳ ପାଇଁ ଉତ୍ସର୍ଗ କରିଛି ଏବଂ ଭବିଷ୍ୟତରେ ମଧ୍ୟ ସେପରି ବଞ୍ଚିବାକୁ ଚାହୁଁଛି। ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରେ। ମୁଁ ମୋର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରୁଥିଲି ଏବଂ ସେହି ସମୟରେ ମୋ କଥାକୁ ଭୁଲ ଉପାୟରେ ନିଆଯାଇଥିଲା, ଯାହା ଅନୁପଯୁକ୍ତ ଥିଲା। ତଥାପି, ଜଣେ ଦାୟିତ୍ୱବାନ ଭାରତୀୟ ଭାବରେ, ମୁଁ କହିବାକୁ ଚାହେଁ ଯେ ଯଦି ମୋର ଶବ୍ଦ ଅଜାଣତରେ କାହାକୁ ଆଘାତ ଦେଇଛି, ତେବେ ମୁଁ ମୋର ଦୁଃଖ ପ୍ରକାଶ କରୁଛି। ଦେଶ ତଥା ଦେଶର ଲୋକଙ୍କ ପ୍ରତି ମୋର ପ୍ରେମ ସର୍ବଦା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri