Categories: ଖେଳ

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିପକାଇଲେ ଯୁବରାଜ

ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂ ଆଜି ସପ୍ତମ ବାର୍ଷିକୀ ପାଳନ କରୁଛନ୍ତି। ଆଜି ଯୁବରାଜ ସିଂ ବିବାହର ୭ ବର୍ଷ ପୂରଣ କରିଥିଲେ। ଏହି ଅବସରରେ ସେ ତାଙ୍କ ସ୍ତ୍ରୀ ହାଜେଲ କିଚଙ୍କୁ ଏକ ବିଶେଷ ଢଙ୍ଗରେ କାମନା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କ କିଛି ଫଟୋ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖାଯାଇଛି। ତାଙ୍କ ସ୍ତ୍ରୀ ହାଜେଲଙ୍କୁ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇ ଯୁବରାଜ ସିଂ ଲେଖିଛନ୍ତି, ଏହି ବାର୍ତ୍ତା ତାଙ୍କ ପାଇଁ, ଯାହାଙ୍କ ସହ ମୁଁ ଏକ ଚମତ୍କାର ରିଲେଶନଶିପ୍‌ ଗଢିଛି। ଯେତେବେଳେ ଆପଣ ଉପଭୋଗ କରୁଛନ୍ତି, ସମୟ କେବେ ଚାଲିଯାଏ ଜାଣି ହୁଏ ନାହିଁ। ଆହୁରି ଅନେକ ବର୍ଷ ପ୍ରେମ, ହସ ଏବଂ ଦୁଃସାହସିକ କାର୍ଯ୍ୟ ତୁମ ସହିତ ବାକି ଅଛି।
ବର୍ଷ ବର୍ଷ ଧରି ଭାରତ ପାଇଁ କ୍ରିକେଟ ଖେଳିଥିବା ଯୁବରାଜ ସିଂ ୨୦୧୫ରେ ହାଜେଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପରେ ୩୦ ନଭେମ୍ବର ୨୦୧୬ରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି, ଯାହାର ନାମ ଓରିଅନ ଏବଂ ଆରୁ।

Share