Categories: ଜାତୀୟ

ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଳା ଗିରଫ

ନୂଆଦିଲ୍ଲୀ,୧୪।୩: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ମୁଖ୍ୟ ଓ୍ବାଇଏସ୍‌ ଶର୍ମିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମଙ୍ଗଳବାର ତେଲେଙ୍ଗାନାର କେସିଆର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ,କାଳେଶ୍ୱରାମ ଲିଫ୍ଟ ଜଳସେଚନ ପ୍ରକଳ୍ପ (କେଏଲ୍‌ଆଇପି)ରେ ଅନିୟମିତତା ନେଇ ଜନ୍ତର ମନ୍ତରରୁ ସଂସଦ ପର୍ଯ୍ୟନ୍ତ ଏକ ‘ଶାନ୍ତିପୂର୍ଣ୍ଣ ପଦଯାତ୍ରା’ କରିବାକୁ ଯୋଜନା କରିିଥିଲେ। ଏହି ପଦଯାତ୍ରା ଦ୍ୱାରା ପ୍ରକଳ୍ପ ଦୁର୍ନୀତି ବିଷୟରେ ଶର୍ମିଳା ଦେଶକୁ ଜଣାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି। କେଏଲ୍‌ଆଇପି ହେଉଛି ତେଲେଙ୍ଗାନାର ଭୁପ୍ପଲପାଲି ଜିଲାର ଗୋଦାବରୀ ନଦୀ ଉପରେ ଏକ ପ୍ରକଳ୍ପ।

 

Share