Categories: ଜାତୀୟ

ଓ୍ବାଇଏସ୍‌ଆର୍‌ସି ନେତାଙ୍କୁ ଛୁରିଭୁସି ହତ୍ୟା

ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍‌ପିପିର ଉପସଭାପତି ଏବଂ ଶ୍ରୀକାକୁଲମ ଗ୍ରାମର ପୂର୍ବତନ ସରପଞ୍ଚ। ବିଭିନ୍ନ ବ୍ୟବସାୟ ସହ ସେ ସମ୍ପୃକ୍ତ ଥିଲେ। ସେ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି।

Share