Categories: ଜାତୀୟ

୫ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ଜଗନ

ଅମରାବତୀ,୧୨।୪: ଆନ୍ଧ୍ର ପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନୂଆ କ୍ୟାବିନେଟରେ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ବଛାଯାଇଛି। ୨୦୧୯ କ୍ୟାବିନେଟର ଡେପୁଟି ସିଏମ୍‌ ଥିବା ଆମଜାଦ ବାଶା ଏବଂ ନାରାୟଣା ସ୍ବାମୀଙ୍କୁ ପୁଣିଥରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା ବେଳେ ମୁଥ୍ୟାଲା ନାଇଡୁ, କିଟ୍ଟୁ ସତ୍ୟନାରାୟାଣା ଏବଂ ରଜନ୍ନା ଦୋରାଙ୍କୁ ଜଗନ ନୂଆ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଏମ୍‌. ସୁଚରିତା ପ୍ରଥମ ଦଳିତ ମହିଳା ଯାହାଙ୍କୁ ଆନ୍ଧ୍ର ପ୍ରଦେଶ ଗୃହମନ୍ତ୍ରୀ କରାଯାଇଛି। ରାଜ୍ୟସଭା ସଦସ୍ୟ ମୋପିଦେବୀ ଭେଙ୍କଟରମଣାଙ୍କୁ ସୁଚରିତା ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ନବନିର୍ମିତ କ୍ୟାବିନେଟରେ ସୁଚରିତାଙ୍କୁ ମିଶାଇ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଉଥ ଫିଲ୍ମ ଅଭିନେତ୍ରୀ ରୋଜାଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦେଇଛନ୍ତି ଜଗନ। ନୂଆ କ୍ୟାବିନେଟରେ ୧୧ ପୁରୁଣା ଚେହେରା ଥିବାବେଳେ ୨୫ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ଦଳିତ, ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ନେତାଙ୍କୁ ମନ୍ତ୍ରୀପଦ ଦିଆଯାଇଛି।

Share