ସାମ୍ନାକୁ ଆସିଲେ ୟୁଟ୍ୟୁବର ପ୍ରିୟଙ୍କାଙ୍କ ବଡ଼ବାପା, କହିଲେ ଯଦି ଝିଅର କିଛି…

ପୁରୀ,୧୮ା୫: ପୁରୀ ପୋଲିସ ସହାୟତାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସ୍ଥାନୀୟ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ବିଷୟରେ ପଚରାଉଚରା କରିଥିବା ଜଣାପଡ଼ିଛି।

ଝିଆରୀକୁ ପଚରାଉଚରା ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ଼ବାପା। ସେ କହିଛନ୍ତି, ଆମ ଝିଅ ଉପରେ ପୂରା ଭରସା ରହିଛି। ସେ ସେପରି ଝିଅ ନୁହେଁ, ଯଦି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ। ପ୍ରିୟଙ୍କା ପାକିସ୍ତାନ ଯାଇଥିବା କଥା ମୁଁ ଜାଣିଛି। ପାକିସ୍ତାନକୁ ନେଇ ଆମ ରକ୍ତ ଏବେ ବି ତାତିକି ରହିଛି।ସରକାର ପାକିସ୍ତାନ ବିରୋଧରେ ଯେତେ କାର୍ଯ୍ୟାନୁଷ୍ଠାନ ନେବେ ଆମେ ଖୁସି ହେବୁ ବୋଲି ପ୍ରିୟଙ୍କାଙ୍କ ବଡ଼ବାପା କହିଛନ୍ତି।

ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ୟୁଟ୍ୟୁବ୍‌ ମାଧ୍ୟମରେ ଜ୍ୟୋତିଙ୍କ ସମ୍ପର୍କରେ ଆସିଥିଲେ, ଯାହା ପରେ ଉଭୟ ବନ୍ଧୁ ହୋଇଗଲେ। କେନ୍ଦ୍ରୀୟ ଏଜେନ୍ସି ଏବେ ସେମାନଙ୍କ ସମ୍ପର୍କ ଏବଂ ଯୋଗାଯୋଗର ପ୍ରକୃତି ଯାଞ୍ଚ କରୁଛି, ପ୍ରିୟଙ୍କାଙ୍କର ଜ୍ୟୋତିଙ୍କ କଥିତ ଗୁପ୍ତଚର କାର୍ଯ୍ୟକଳାପରେ କୌଣସି ସିଧାସଳଖ ସମ୍ପୃକ୍ତି କିମ୍ବା ଜ୍ଞାନ ଥିଲା କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା କରୁଛି।

ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ, ପୁରୀ ଏସପିଙ୍କ ନେତୃତ୍ୱରେ ଏକ ସୱତନ୍ତ୍ର ଦଳ ଗଠନ କରାଯାଇଛି। ଓଡ଼ିଶା ପୋଲିସ ହରିୟାଣା ପୋଲିସ ସହିତ ଯୋଗାଯୋଗରେ ଅଛି। ପ୍ରିୟଙ୍କାଙ୍କୁ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଥିଲା।

ଏହି ସମୟରେ, ପ୍ରିୟଙ୍କା ଇନଷ୍ଟାଗ୍ରାମରେ ସ୍ପଷ୍ଟ କରିଛନ୍ତି ଯେ, ଜ୍ୟୋତିଙ୍କ ବିଦେଶୀ ଗୁପ୍ତଚର ସହିତ କଥିତ ଲିଙ୍କ୍‌ ବିଷୟରେ ତାଙ୍କର କୌଣସି ସମ୍ପର୍କ ନାହିଁ।

‘ଯେହେତୁ ଅନେକ ଲୋକ ପଚାରୁଛନ୍ତି, ପ୍ରଥମେ ମୁଁ ଏହାକୁ ସ୍ପଷ୍ଟ କରିବାକୁ ଚାହେଁ। ଜ୍ୟୋତି କେବଳ ମୋର ଜଣେ ବନ୍ଧୁ ଥିଲେ ଏବଂ ମୁଁ ତାଙ୍କ ସହ YouTube ମାଧ୍ୟମରେ ଯୋଗାଯୋଗରେ ଆସିଥିଲି। ତାଙ୍କ ଉପରେ ଯେଉଁ ଅଭିଯୋଗ ଅଛି ତାହା ବିଷୟରେ ମୁଁ ଜାଣି ନଥିଲି। ଯଦି ମୁଁ ଜାଣିଥାନ୍ତି ଯେ ସେ ଏକ ଶତ୍ରୁ ଦେଶ ପାଇଁ ଗୁପ୍ତଚର କରୁଛନ୍ତି ତେବେ ମୁଁ ତାଙ୍କ ସହିତ ଯୋଗାଯୋଗରେ ନଥାନ୍ତି। ମୁଁ ତାଙ୍କୁ କଣ୍ଟେଣ୍ଟ ସୃଷ୍ଟି ମାଧ୍ୟମରେ ବୃତ୍ତିଗତ ଭାବରେ ଜାଣିଥିଲି ଏବଂ ଏହା ଶୁଣି ବ୍ୟକ୍ତିଗତ ଭାବରେ ଆଶ୍ଚର୍ଯ୍ୟ ହୋଇଥିଲି। ଯଦି କୌଣସି ତଦନ୍ତକାରୀ ସଂସ୍ଥା କ୍ରସ-ପ୍ରଶ୍ନ କରିବାକୁ ଚାହାନ୍ତି, ତେବେ ମୁଁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବି। ରାଷ୍ଟ୍ର ସର୍ବୋପରି। ଜୟ ହିନ୍ଦ୍‌ ଲେଖି ପ୍ରିୟଙ୍କା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri