Posted inଜାତୀୟ

ଟାଇମ ମାଗାଜିନର ‘ଏମରଜିଂ ଲିଡର୍ସ ୨୦୨୩’ ତାଲିକାରେ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁଭ ରାଠୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୬।୧୦: ଲୋକପ୍ରିୟ ୟୁଟ୍ୟୁବର ତଥା ଭାରତୀୟ ମୂଳ ଧ୍ରୁଭ ରାଠୀ ଟାଇମ ମାଗାଜିନର ଉଦୀୟମାନ(ଏମରଜିଂ) ଲିଡର୍ସ ୨୦୨୩ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କର ଫ୍ୟାକ୍ଟ ଚେକିଂ ଓ ଶିକ୍ଷଣୀୟ କଣ୍ଟେଣ୍ଟ ପାଇଁ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଧ୍ରୁଭ ସୋସିଆଲ ମିଡିଆ ଐକ୍ସରେ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏହି ସମ୍ମାନଜନକ ତାଲିକାରେ ଅନ୍ତର୍ଭୁକ୍ତ ହୋବା ସହ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଗର୍ବିତ ଅନୁଭବ କରୁଛି। ଧନ୍ୟବାଦ’।

ଧ୍ରୁଭ ରାଠୀ ହେଉଛନ୍ତି ଲେକପ୍ରିୟ ୟୁଟ୍ୟୁବର। ଇନଷ୍ଟାଗ୍ରାମରେ ତାଙ୍କର ଦେଢ ଼ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ୟୁଟ୍ୟୁବରେ ତାଙ୍କର ୧୧.୮ନିୟୁତ ସବର୍ସ୍କାଇବର ଅଛନ୍ତି। ଧ୍ରୁବଙ୍କ ଘର ଭାରତର ହରିୟାଣାରେ। ସେ ଜର୍ମାନୀରୁ ଇଞ୍ଜିନିୟରିଂ କରିଛନ୍ତି। ଏହା ପରେ ସେ ମାଷ୍ଟର୍ସ କରିଛନ୍ତି। ଧ୍ରୁଭ ତାଙ୍କ ୟୁଟ୍ୟୁବରେ ସାମ୍ପ୍ରତିକ ପ୍ରସଙ୍ଗ, ସାମାଜିକ ପ୍ରସଙ୍ଗ, ରାଜନୀତି, ବିଜ୍ଞାନ, ବ୍ୟକ୍ତିଗତ ବ୍ଲଗ ସହିତ ଅନେକ ଭିଡିଓ ପୋଷ୍‌ଟ କରିଛନ୍ତି। ଧ୍ରୁଭ ୮ ବର୍ଷ ବୟସରେ ତାଙ୍କର ପ୍ରଥମ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ନିକଟରେ ଟାଇମ ମାଗାଜିନ ‘୨୦୨୩ ଟାଇମ ୧୦୦ ନେକ୍ସଟ ଏମରଜିଂ ଲିଡର୍ସ ସେପିଂ ଦି ଓ୍ବାଲର୍‌ଡ’ ତାଲିକାରେ ୩ଭାରତୀୟ ସାମିଲ ଅଛନ୍ତି। ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର, ନନ୍ଦିତା ଭେଙ୍କଟେସନ ଏବଂ ଭିନୋ ଡାନିଏଲ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତୀୟ ମୂଳ ନାଭାରୁନ ଦାସଗୁପ୍ତା ମଧ୍ୟ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri