ୟୁଟ୍ୟୁବ୍‌ ଦେଖାଇଲା ରୋଜଗାର ବାଟ

ପିପିଲି,୨୩।୧(ଡି.ଏନ୍‌.ଏ.):ନିମାପଡ଼ା ଅଞ୍ଚଳର ଯୁବଚାଷୀ ପରେଶ ଗୁରୁ। ସେ ଜଣେ ଡ୍ରାଇଭର ହୋଇଥିବାବେଳ ୟୁଟ୍ୟୁବ ଦେଖି ଚାଷକୁ ପେସା ଭାବରେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେ ଅଳ୍ପ ଜମିରେ କିଭଳି ଚାଷ କରାଯାଇ ପାରିବ, ସେନେଇ ପରୀକ୍ଷାମୂଳକ ଭାବରେ କଞ୍ଚା କଳା ହଳଦୀ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିସହ ରାସାୟନିକ ସାର ପ୍ରୟୋଗ ନ କରି ଜୈବିକ ପଦ୍ଧତିରେ ଚାଷ କରି ବେଶ୍‌ ଲାଭବାନ ହୋଇ ପାରିଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ଦିନକୁ ଦିନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ବାତ୍ୟା, ବନ୍ୟା ଭଳି ଦୈବଦୁର୍ବିପାକ ଘଟୁଥିବା ନଜିରକୁ ଆସିଛି। ତେବେ ଏଭଳି ସମୟରେ ଉଚ୍ଚ ଶିକ୍ଷିତ ଯୁବକ ଚାକିରି ପଛରେ ନ ଦୌଡ଼ି ଚାଷକୁ ନିଜର ଜୀବନ ଜୀବିକା ଭାବରେ ଗ୍ରହଣ କରିଛନ୍ତି। ପିପିଲି ବ୍ଲକ ନିକଟବର୍ତ୍ତୀ ନିମାପଡ଼ା ପାର୍ବତୀପୁର ଅଞ୍ଚଳର ପରେଶ ଗୁରୁ ଓରଫ ପପୁଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌। ଜେସିବି ଡ୍ରାଇଭର ଓ ସୁପରଭାଇଜର ଭାବରେ କ୍ୟାରିୟର କରିଥିବା ପରେଶ କିନ୍ତୁ ୟୁଟ୍ୟୁବ ଦେଖି ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ। ପରୀକ୍ଷା ମୂଳକ ଭାବରେ ମାତ୍ର ୩ ଡିସିମିଲ ଜାଗାରେ କଳା ହଳଦୀ ଚାଷକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ଭଲ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହୋଇପାରିଛନ୍ତି। ଚାଷ କରି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ସେ ପୁଣି ରାସାୟନିକ ସାର ପ୍ରୟୋଗ ନ କରି ଜୈବିକ ସାର ଯଥା ଗୋବର ଖତ, ନିମ ତେଲ, କରଞ୍ଜ ତେଲ ବ୍ୟବହାର କରିଥାନ୍ତି। ଆବଶ୍ୟକ ଅନୁସାରେ ଜମିରେ ବିଭିନ୍ନ ଫସଲ କରନ୍ତି। ଏବେ ଚାଷ ଜମିରେ କଳା ହଳଦୀ ସମେତ କଲିକତା ବରକୋଳି ମଧ୍ୟ ଚାଷ କରିଛନ୍ତି ପରେଶ। ବିଶେଷକରି ଏହି କଳା କଞ୍ଚା ହଳଦୀର ବଜାରରେ ମୂଲ୍ୟ ୧ କେଜି ପ୍ରତି ଅଢେଇ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଏହା ଔଷଧରେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ରହିଛି ବୋଲି ସେ କହିଛନ୍ତି। ନିଜ ଜମିରେ ଚାଷ କରି ପରେଶଙ୍କ ଅଞ୍ଚଳରେ ଲୋକପ୍ରିୟତା ବୃଦ୍ଧି ପାଇଛି। ସେପଟେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଅନେକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବାବେଳେ ପରେଶଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଗଲେ ସେ ଚାଷରେ ଆହୁରି ଉନ୍ନତି କରିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri