Categories: ଫୁରସତ

ୟୁଟ୍ୟୁବ୍‌ ଇଣ୍ଡିଆର ‘ଇସ୍ତଫା ପତ୍ର’ ଭାଇରାଲ, ଲେଖାଯାଇଛି ଏଭଳି…

‘ଗୁଡ୍‌ବାଏ’ କହିବା କଠିନ। ବିଶେଷକରି ଯେତେବେଳେ କେହି ଇସ୍ତଫା ପତ୍ର ଲେଖନ୍ତି ସେତେବେଳେ ଶବ୍ଦ ଖୋଜିବା କଷ୍ଟକର ହୋଇପଡେ। ଏବେ ଏହି ସମସ୍ୟାର ସମାଧାନ ଲାଗି ୟୁଟ୍ୟୁବ୍‌ ଇଣ୍ଡିଆ ଏକ ଉଦାହରଣ ଦେଇଛି। ଏହାର ଅଫିସିଆଲ ଆକାଉଣ୍ଟରୁ ଶେୟାର କରାଯାଇଥିବା ଏକ ଟୁଇଟ ବେଶ ଭାଇରାଲ ହେଉଛି।

ୟୁଟ୍ୟୁବ୍‌ ଏହାର ଟୁଇଟର ହ୍ୟାଣ୍ଡେଲରେ ସ୍କ୍ରିନ ଶଟ୍‌କୁ ‘ନାଇସ୍‌ ରେଜିଗ୍ନେଶନ ଲେଟର’ କ୍ୟାପ୍‌ସନ ଦେଇ ପୋଷ୍ଟ କରିଛି। ଉକ୍ତ ଇସ୍ତଫା ପତ୍ର କମ୍‌ ଶବ୍ଦରେ ଲେଖାଯାଇଛି। ‘ଟୁ ହୁମ୍‌ସଏଭର ଇଟ୍‌ ମେ କନ୍‌ସନ୍‌, ଚଲିୟେ ଖତମ୍‌ କରତେ ହୈ, ଇଓର୍ସ ସିନସିୟରଲି’ ବୋଲି ସେଥିରେ ଲେଖାଯାଇଛି।ଏହି ପୋଷ୍ଟରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ସିଧା କଥା ବୋଲି କହୁଥିବା ଦେଖାଯାଉଛି।

ଦେଖନ୍ତୁ:

Share