ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା ପକ୍ଷ’ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ଯୁବକମାନେ ଏକତ୍ରିତ ହୋଇ ପଞ୍ଚାୟତ ପରିସର, ପ୍ରାଥମିକ କୃଷି ସମବାୟ, ତାରିଣୀ ମନ୍ଦିର, ନଳକୂପ ପରିସର ସଫେଇ କରିବା ସହ ଅଳିଆ ଆବର୍ଜନା ସଂଗ୍ରହ କରି ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ସନତ ସାହୁ ଯୋଗଦେଇ ଯୁବପିଢ଼ିଙ୍କ ସମାଜସେବା ଓ ସ୍ବଚ୍ଛତା ଅଭିଯାନରେ ଅଧିକ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି କହିଥିଲେ। ଯୁବକ ସଂଘର ସଭାପତି ଚିନ୍ମୟ ସାହୁଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ ସମ୍ପାଦକ ମଧୁସୁଦନ ସାହୁ କାର୍ଯ୍ୟକ୍ରମର ସମନ୍ବୟ କରିଥିଲେ। ଏଥିରେ ରାଧା ମାଧବ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share