ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ ସହର ଓ “ମୋ ସହର ସ୍ୱଚ୍ଛ ସହର” ଗଢ଼ି ତୋଳିବା ଲକ୍ଷ୍ୟରେ ପ୍ରତ୍ୟେକ ରବିବାର ସଫାଇ କାର୍ଯ୍ୟ କରିବାକୁ ଯୁବଗୋଷ୍ଠୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆଜି ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ର ଚାରିପାର୍ଶ୍ୱରେ ସଫାଇ କାର୍ଯ୍ୟ କରାଯାଇଥିଲା। ସେଠାରେ ବହୁ ପରିମାଣରେ ବିଦେଶୀ ମଦ ବୋତଲ ଓ ବିୟର ବୋତଲ ପଡ଼ିଥିବା ଦେଖି ଯୁବଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲା ଓ ଜିଲା  ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଦୃଶ୍ୟ ଦେଖି ଅସନ୍ତୋଷ ପ୍ରକାଶ କରୁଥିବା ସହ ମଦ୍ୟପଙ୍କ ଅସଦାଚରଣ ଯୋଗୁଁ ସେମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଏଭଳି କାର୍ଯ୍ୟ କରୁଥିବା ଅସାମାଜିକ ତତ୍ୱମାନଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୁବଗୋଷ୍ଠୀ ଦାବି କରିଛନ୍ତି।

ସଫାଇ କାର୍ଯ୍ୟ ସମୟରେ ଭାଜପା ସାଙ୍ଗଠନିକ ଯୁବ ନେତା ଦୀପକ କୁମାର ବେହେରା, ଝଡିଆ ବେହେରା, ନିରଞ୍ଜନ ରେଡ଼ି ଓ ଅନ୍ୟାନ୍ୟଙ୍କ ସମେତ ୫୦ ରୁ ଅଧିକ ଯୁବ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share