ସ୍ତ୍ରୀଙ୍କୁ ପାଇବା ପାଇଁ ଶାଳକଙ୍କୁ ଅପହରଣ

ଲୋଇସିଂହା,୨୧।୮(ଡି.ଏନ୍‌.ଏ.): ସ୍ବାମୀ ନିର୍ଯାତନା ସହି ନ ପାରି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ବାଇଗଣଖାରି ଗ୍ରାମକୁ ଶିଶୁକନ୍ୟାକୁ ଧରି ଚାଲି ଆସିଥିଲେ ପୂର୍ଣ୍ଣିମା ନାଗ। ନିର୍ଯାତନା ବେଳକୁ ବେଳ ଏପରି ଅସହ୍ୟ ହେଲା ଯେ, ପୂର୍ଣ୍ଣିମା ଆଉ ସ୍ବାମୀଙ୍କ ପାଖକୁ ଫେରିବାକୁ ଚାହୁଁନାହାନ୍ତି l ଅପରପକ୍ଷେ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ବହୁ ବୁଝାଶୁଝା କରି ନିରାଶ ହୋଇଥିଲେ ବରଗଡ଼ ଜିଲା ବିଜେପୁର ଥାନା ବୁରୋମୁଣ୍ଡା ଗାଁର ସ୍ବାମୀ ମନୋଜ କୁମ୍ଭାର । ଶେଷରେ ସ୍ତ୍ରୀଙ୍କୁ ପାଇବା ଲାଗି ଜଣେ ସମ୍ପର୍କୀୟଙ୍କ ସହାୟତାରେ ଗତ ୧୭ ତାରିଖରେ ମନୋଜ ତାଙ୍କ ନାବାଳକ ଶାଳକଙ୍କୁ ଅପହରଣ କରିଥିଲେ। ଏନେଇ ପୂର୍ଣ୍ଣିମାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷେ ମନୋଜ ଅପହୃତ ଶାଳକଙ୍କୁ ସମ୍ବଲପୁର, ବରଗଡ଼ରେ ରହୁଥିବା ସମ୍ପର୍କୀୟଙ୍କ ଘରେ ରଖିଥିଲେ। ଶନିବାର ସନ୍ଧ୍ୟାରେ ମନୋଜ ଶାଳକଙ୍କୁ ଲୋଇସିଂହା ଥାନା ଅଧୀନ ଝାରବନ୍ଧଲି ଗ୍ରାମକୁ ଆଣି ଜଣଙ୍କ ଘରେ ରଖିଥିଲେ। ପରେ ମନୋଜ ଆଶ୍ରୟ ଦେଇଥିବା ଘରର ଜଣେ ଯୁବକଙ୍କ ସହ ନିଜ ଗାଁକୁ ଯାଇ ଝାରବନ୍ଧଲିକୁ ଫେରୁଥିଲେ। ସେତିକିବେଳେ ସଲେଭଟା-ଆଗଲପୁର ରାସ୍ତାର ବାବୁଫାସଡରେ ଲୋଇସିଂହା ପୋଲିସ ହାବୁଡ଼ରେ ମନୋଜ ଧରାପଡିଥିଲେ । ମନୋଜଙ୍କୁ ପୋଲିସ ପଚରାଉଚରା ପରେ ଅପହୃତ ନାବାଳକ ଝାରବନ୍ଧଲିରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ସେଠାରୁ ନାବାଳକଙ୍କୁ ଉଦ୍ଧାର କରିଥିଲା। ନାବାଳକ ଓ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭିଯୁକ୍ତ ମନୋଜ କୁମ୍ଭାରଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସଂଗ୍ରାମ ପଟ୍ଟନାୟକ କହିଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ଏନେଇ ଲୋଇସିଂହା ଥାନାରେ ଏକ ମାମଲା (ନଂ ୨୬୬/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri