ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ମୋବାଇଲ ଟାୱାର ଉପରେ ଥିବା ଯୁବକ ହେଉଛନ୍ତି  ନୁଭୁ ନାୟକ(୨୪)। ସେ ମୋବାଇଲ ଟାୱାର ଶିର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ଟାୱାର ଉପରେ ଛିଡା ହୋଇଥିବାରୁ କଣ କହୁଛନ୍ତି ଶୁଣା ଯାଉନାହିଁ । ସୂଚନା ଅନୁଯାୟୀ ଯୁବକ ଜଣଙ୍କ ପୂର୍ବରୁ କେନ୍ଦୁଝର ଜିଲାରେ ବିହାହ କରିଥିବା ବେଳେ ଗୋଟିଏ ସନ୍ତାନ ମଧ୍ୟ ରହିଛି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ସ୍ତ୍ରୀ ଛୁଆକୁ ଧରି ବାପ ଘରକୁ ଚାଲି ଯାଇଥିଲେ ।

୨ ଦିନ ପୂର୍ବେ ନୁଭୁ ଅନୁଗୁଳ ଜିଲା କନ୍ତଲା ଗ୍ରାମର ଅନ୍ୟଜଣେ ଯୁବତୀଙ୍କୁ ଉଠାଇ ଆଣିଥିଲେ । ବୁଧବାର ଉକ୍ତ ଯୁବତୀଙ୍କ ଭାଇମାନେ ତାଙ୍କୁ ଘରକୁ ଫେରାଇ ନେଇଥିଲେ । ଫଳରେ ସେ ନିରାଶ ହୋଇ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରଯାଉଛି ।

 

Dharitri – Odisha’s No.1 Odia Daily

Share