କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ କୁମାର ବେହେରଦଳାଇ (୨୮ )ଙ୍କ ସହ ସାଙ୍ଗ ସାଥି କ୍ରିକେଟ୍ ଖେଳୁଥିବା ସମୟରେ ହଟାତ ବର୍ଷା ସହ ପବନ ହୋଇଥିଲା। ବର୍ଷା ପବନ ହେବାର ଦେଖି ସମସ୍ତ ଖେଳାଳି ଘରକୁ ଦୌଡ଼ିଥିଲେ। କିନ୍ତୁ କିଛି ସମୟ ଦୌଡିବା ପରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଗାଁର ଜୟନ୍ତ କୁମାର ବେହେରଦଳାଇ ( ୨୮ ) ନାମକ ଯୁବକ ସେଠାରେ ହିଁ ପଡ଼ି ଯାଇଥିଲେ । ଖବର ପାଇ ଚନ୍ଦ୍ରଗିରି ସରପଞ୍ଚ ରଜନୀ ପ୍ରଧାନ ସେଠାରେ ଥିବା ସାଙ୍ଗ ସାଥୀ ଏକ ଅଟୋ ମାଧ୍ୟମରେ ତାଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ହେଲେ ଚିକିତ୍ସାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଥିବା ଫାଣ୍ଡି ଅଧିକାରୀ ସୁନୀଲ ସେଠି କହିଛନ୍ତି

Share