ବିବାହ ଉତ୍ସବରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା: ଅଭିଯୁକ୍ତଙ୍କ ଘର ଜାଳିଦେଲେ ଲୋକେ

ପାରଳାଖେମୁଣ୍ଡି,୧୩।୩ (ଗିରିଧାରୀ ପରିଛା): ଗଜପତି ଜିଲା ଚନ୍ଦ୍ରଗିରି ଗାଁରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ପ୍ରଶାନ୍ତ ପ୍ରଧାନ। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ଚନ୍ଦ୍ରଗିରି ଗାଁରେ ଏକ ବିବାହ ଉତ୍ସବ ଚାଳିଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ବେଳେ ଗାଁର ଶ୍ରୀହରି ହଠାତ୍‌ ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳରୁ ସେ ଚମ୍ପଟ ମାରିଥିଲେ। ପରିବାର ଲୋକେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ହତ୍ୟାକାରୀ ଶ୍ରୀହରିଙ୍କ ଘର ଜାଳିଦେଇଥିଲେ।

ଅନ୍ୟପକ୍ଷେ ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ବୁଧବାର ସକାଳେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଏନେଇ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମୋହନା, ଆର୍‌.ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ: ମୋହନ ସରକାରଙ୍କୁ ଘେରିଲା କଂଗ୍ରେସ, ତାରା ବାହିନୀପତି କହିଲେ…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାର ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କିଏ ହେବ ପିସିସି ସଭାପତି: ଦିଲ୍ଲୀରୁ ଫେରି କହୁକହୁ ଏମିତି କହିଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୭।୭: ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ଶିବିରରେ ମାନସ ମନ୍ଥନ ଚାଲିଛି। ତେବେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ...

ଓଡ଼ିଶାକୁ ଆସୁଛି ଆଳୁ: ଗର୍ଜିଲେ ତାରା, ନବୀନ ଚିଠି ଲେଖିଲେ ବୋଲି…

ଭୁବନେଶ୍ୱର,୨୭।୭: ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁଦର। ଭୁବନେଶ୍ୱର କଟକରେ ଆଳୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ...

ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭।୭: ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା...

ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ….

ଭୁବନେଶ୍ୱର,୨୭।୭: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ।ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ,...

କମିଲା ଆଳୁ ଦର! ହେଲା ଏତିକି, ଯୋଗାଣ ମନ୍ତ୍ରୀ କହିଲେ …

ଭୁବନେଶ୍ୱର,୨୭।୭: ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri