Posted inଫୁରସତ

ଦେଶ ବିକାଶରେ ଯୁବ ଦକ୍ଷତା

ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିସ୍ତୃତ ସମ୍ଭାବନାକୁ ନେଇ ପ୍ରତିବର୍ଷ ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ (ୱାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ଭାବେ ପାଳନ କରାଯାଉଛି ।
ଯୁବ ଉଦ୍ଭାବକଙ୍କୁ ଉତ୍ସାହିତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ସେମାନଙ୍କ ସ୍ବପ୍ନକୁ ସଫଳ କରିବାରେ ସହଯୋଗର ଡେଣା ଯୋଗାଇଦେବା ଓ ଉଚ୍ଚ ଉଡ଼ାଣ ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେକୌଣସି ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏନେଇ ସେମାନଙ୍କର ଦକ୍ଷତା ବିକାଶର ଆବଶ୍ୟକତା ଜରୁରୀ।
ଜାତିସଂଘର ସାଧାରଣ ସଭା (ୟୁଏନ୍‌ଜିଏ) ଯୁବଦକ୍ଷତା ବିକାଶରେ ବିନିଯୋଗର ଗୁରୁତ୍ୱକୁ ପ୍ରୋତ୍ସାହିିତ କରିବାକୁ ନଭେମ୍ବର ୨୦୧୪ରେ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ୱ ଯୁବ ଦକ୍ଷତା ଦିବସ ହେଉଛି ଯୁବବର୍ଗମାନଙ୍କୁ ରୋଜଗାର କ୍ଷମତା, ଉଦ୍ୟୋଗିକତା ଏବଂ ଆତ୍ମନିଯୁକ୍ତି ପାଇଁ ଦକ୍ଷତା ଆଦି ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ଦିନ। ଯୁବପିଢ଼ିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ବିଷୟରେ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଏହି ଦିନଟି ହେଉଛି ଉପଯୁକ୍ତ ସମୟ ।
ପ୍ରତିବର୍ଷ ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ ପାଳନ ଅବସରରେ ବହୁ ପ୍ରତିଷ୍ଠିତ ବିଶ୍ୱ ସଙ୍ଗଠନ ଅଂଶଗ୍ରହଣ କରନ୍ତି। ଯୁବବର୍ଗଙ୍କ ପାଇଁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ଅଭାବର ବିଶ୍ୱସ୍ତରରେ ସୃଷ୍ଟି ହେଉଥିବା ଆହ୍ବାନକୁ ସମାଧାନ କରିବାକୁ ସରକାର, ନିଯୁକ୍ତିଦାତା, ଶିଳ୍ପ, ତାଲିମ ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଉତ୍ସାହିତ କରିବାକୁ ଏହି ଦିବସ ପାଳନ ଅବସରରେ ଲକ୍ଷ୍ୟ ରଖାଯାଇଥାଏ।
ୟୁନେସ୍କୋର ପୂର୍ବତନ ମହାନିର୍ଦ୍ଦେଶକ ଇରିନା ବୋକୋଭା ଏହାକୁ ବିପଦରେ ପକାଇବାର ଏକ ପ୍ରମୁଖ ସୁଯୋଗ ବୋଲି ବର୍ଣ୍ଣନାକରି ଯୁବବର୍ଗଙ୍କୁ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ଏବଂ ସମ୍ମାନର ଭାବନା କିପରି ଯୋଗାଇ ଦିଆଯିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ୧୫ ଜୁଲାଇ ୨୦୧୫ ରେ ପ୍ରଥମ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଇଥିଲା।
ବିଶ୍ୱ ଯୁବ ଦକ୍ଷତା ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। ଚଳିତ ବର୍ଷ ୨୦୨୩ରେ ଏହି ଦିବସର ବିଷୟବସ୍ତୁ ହେଉଛି, ଏକ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଏବଂ ଯୁବବର୍ଗଙ୍କ ଦକ୍ଷତା ବିକାଶ (ସ୍କିଲିଂ ଟିଚର, ଟ୍ରେନର ଆଣ୍ଡ ୟୁଥ୍‌ ଫର୍‌ ଏ ଟ୍ରାନ୍ସଫର୍‌ମେଟିଭ୍‌ ଫ୍ୟୁଚର)।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri