ପାଟଣା:୧୩।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ପୁରୁଣା ପାଣି ବିରଳ ନଦୀ ପୋଲ ଉପରେ ବଢ଼ି ପାଣିରେ ଜଣେ ଯୁବକ ବାଇକ୍ ସହ ଭାସି ଯାଇଥିଲେ। ହେଲେ ଯୁବକ ଜଣକ ବହୁ କଷ୍ଟରେ ପହଁରି ନଦୀ କୂଳରେ ପହଞ୍ଚି ଥିବା ବେଳେ ବାଇକ୍ ଭାସି ଯାଇଛି। ଯୁବକ ଜଣକ ନୂଆବନ୍ଧ ଗ୍ରାମର ରଜତ ନାଏକ।
ମିଳିଥିବା ସୂଚନା ମୁତାବକ, ରଜତ ପୁରୁଣାପାଣି ରେଙ୍ଗାଳବେଡା ରାସ୍ତାର ପୁରୁଣାପାଣି ବିରଳ ନଦୀ ପୋଲ ଉପରେ ୩ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କୁଳ ଭାବେ ପୋଲ ଉପରେ ପାର୍ ହେଉଥିଲେ। ସେତିକିବେଳେ ସେ ପାଣିସୁଅରେ ଭାସି ଯାଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ହେଁ ବାଇକ୍କୁ ଉଦ୍ଧାର କରିପାରି ନାହାନ୍ତି।


